ଅନେକ କାଶ୍ମୀରି ପଣ୍ଡିତମାନଙ୍କୁ ହତ୍ୟା କରି ମଧ୍ୟ ନିର୍ଭୟରେ ବୁଲୁଛି ହତ୍ୟାକାରୀ ଫାରୁକ ଅହମ୍ମଦ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅନେକ କାଶ୍ମୀର ପଣ୍ଡିତମାନଙ୍କୁ ହତ୍ୟା କରି ମଧ୍ୟ ନିର୍ଭୟରେ ବୁଲୁଛି ହତ୍ୟାକାରୀ ଫାରୁକ ଅହମ୍ମଦ । ପ୍ରାୟ ୩୦ ବର୍ଷ ତଳେ କଶ୍ମୀର ଘାଟିରେ ହୋଇଥିବା କଶ୍ମୀର ପଣ୍ଡିତଙ୍କ ଗଣହତ୍ୟା ସ୍ବାଧୀନ ଭାରତର ଇତିହାସରେ ଏକ ଅତି ଲଜ୍ଜାଜନକ ଓ ଜଘନ୍ୟ ଘଟଣା ମଧ୍ୟରୁ ଅନ୍ୟତମ । ଏହା ସତ୍ତ୍ବେ ଏବେ ବି ପୀଡିତମାନଙ୍କୁ ନ୍ୟାୟ ଓ ଦୋଷୀମାନଙ୍କୁ ଦଣ୍ଡ ଦେବାରେ ବିଫଳ ହୋଇଛନ୍ତି ଆମ ଦେଶର ସରକାର । କଶ୍ମୀର ପଣ୍ଡିତଙ୍କ ଗଣହତ୍ୟାର ଏକ ଚର୍ଚ୍ଚିତ ଚେହେରା ହେଉଛି ବିଟ୍ଟା କରାଟେ । ତାହାର ପ୍ରକୃତ ନାମ ହେଉଛି ଫାରୁକ ଅହମ୍ମଦ ଦର କିନ୍ତୁ କରାଟେ ଶିଖିଥିବାରୁ ସେ ବିଟ୍ଟା କରାଟେ ଭାବେ କୁଖ୍ୟାତ ଥିଲା । ସେ ଥିଲା ଜମ୍ମୁ ଓ କଶ୍ମୀର ମୁକ୍ତି ସଂଗଠନର ଜଣେ ସଦସ୍ୟ । ସୀମା ସେପଟେ ଥିବା ପାକିସ୍ତାନୀ ଆତଙ୍କବାଦୀ କମାଣ୍ଡରମାନଙ୍କ ନିର୍ଦ୍ଦେଶରେ ସେ ଅନେକ ନିରୀହ କଶ୍ମୀର ପଣ୍ଡିତଙ୍କୁ ଅତ୍ୟନ୍ତ ନିର୍ମମ ଭାବରେ ହତ୍ୟା କରିଥିଲା । ଏପରିକି କେତେକ ପଣ୍ଡିତଙ୍କୁ ସେ ସେମାନଙ୍କ ପରିବାର ଆଗରେ ହତ୍ୟା କରିଥିଲା । ଏ କଥା ସେ ନିଜେ ଗଣମାଧ୍ୟମ ଆଗରେ ସ୍ବୀକାର କରିଛି । ୧୯୯୧ରେ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଥିଲା ଯେ, ସେ ଏକୁଟିଆ ୨୦ରୁ ଅଧିକଟ୍ଟବୋଧହୁଏ ୩୦-୪୦ରୁ ଅଧିକ କଶ୍ମୀର ପଣ୍ଡିତଙ୍କ ହତ୍ୟା କରିଥିଲା ।

ଅର୍ଥାତ ସେ ଏତେ ଲୋକଙ୍କୁ ହତ୍ୟା କରିଛି ଯେ ସେ ନିଜେ ଠିକ ଭାବେ ମନେ ରଖିନାହିଁ । ନିଜର ଏହି ଜଘନ୍ୟ କାଣ୍ଡ ଯୋଗୁଁ ସେ କଶ୍ମୀର ପଣ୍ଡିତଙ୍କ ମଧ୍ୟରେ ବେଶ କୁଖ୍ୟାତ ହୋଇଯାଇଥିଲା । ପାକିସ୍ତାନୀ କମାଣ୍ଡରମାନଙ୍କ ନିର୍ଦ୍ଦେଶରେ ସେ ଏସବୁ ହତ୍ୟା କରିଥିବା ସେ କହିଥିଲା । ଏସବୁ ହିଂସାକାଣ୍ଡ ଯୋଗୁଁ ୧୯୯୧ରେ ତାକୁ ଗିରଫ କରାଯାଇଥିଲା । ପ୍ରାୟ ୧୬ ବର୍ଷ ଧରି ଜେଲରେ ରହିବା ପରେ ବିଟ୍ଟା କରାଟେକୁ ୨୦୦୬ରେ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିଲେ । ଜେଲରୁ ମୁକୁଳିବା ପରେ ତାକୁ କଶ୍ମୀର ଘାଟିରେ ଫୁଲମାଳ ଦେଇ ଜଣେ ହିରୋ ଭାବେ ସ୍ବାଗତ କରାଯାଇଥିଲା ।

Related Posts