କାଶ୍ମୀର ପଣ୍ଡିତମାନଙ୍କ ପାଇଁ ଆମ ଦ୍ୱାର ସବୁବେଳେ ଖୋଲା: ଆଦିତ୍ୟ ଠାକରେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜାମ୍ମୁ-କାଶ୍ମୀରରେ ପୁଣିଥରେ ହିନ୍ଦୁମାନଙ୍କୁ ଟାର୍ଗେଟ କରି ଆତଙ୍କବାଦୀମାନେ ହତ୍ୟା କରିବାରେ ଲାଗିଛନ୍ତି । ଆଉ ହିନ୍ଦୁମାନେ ଭୟରେ ଉପତ୍ୟାକା ଛାଡ଼ି ଅନ୍ୟତ୍ର ପଳାଉଛନ୍ତି। ନିଜ ଦେଶରେ ନାଗରିକର ଏମିତି ଅସହାହ୍ୟ ଅବସ୍ଥା ଦେଶବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ସମସ୍ୟାକୁ ନେଇ କେନ୍ଦ୍ର ସରକାର ବୈଠକ ପରେ ବୈଠକ କରୁଥିବା ବେଳେ ସରକାରଙ୍କ କୌଣସି ଆଭିମୁଖ୍ୟ ସ୍ପଷ୍ଟ ହୋଇନାହିଁ। ତେବେ କାଶ୍ମୀରହନ୍ଦୁଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର।

ଏହି ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ଆଦିତ୍ୟ ଠାକ୍ରେ। କାଶ୍ମୀର ପଣ୍ଡିତଙ୍କ ପାଇଁ ମହାରାଷ୍ଟ୍ର ଦ୍ୱାରା ସବୁବେଳେ ଖୋଲା ବୋଲି ସେ କହିଛନ୍ତି। ସେ କହିଛନ୍ତି ” ଆମେ ସେମାନଙ୍କୁ ସମର୍ଥନ ଦେବୁ। ସେଠାରେ ବର୍ତ୍ତମାନ ଅସ୍ଥିର ସ୍ଥିତି ଲାଗି ରହିଛି।ତେଣୁ ସେମାନଙ୍କ ପାଇଁ ଆମ ଦ୍ୱାର ସବୁବେଳେ ଖୋଲା ରହିଛି।” ସେ ଆହୁରି ମଧ୍ୟ କହିଛନ୍ତି ଯେ ” କାଶ୍ମୀର ପରିସ୍ଥିତି ଚିନ୍ତାଜନକ ରହିଛି। ତେବେ ଦୁର୍ଭାଗ୍ୟର କଥା ଯେ ବର୍ତ୍ତମାନ ସମୟରେ ବି ଏଭଳି ଘଟଣା ପୁଣି ଘଟୁଛି। ତେଣୁ ସେମାନଙ୍କର ସୁରକ୍ଷା ପାଇଁ ଭାରତ ସରକାର କଡ଼ା ପଦକ୍ଷେପ ନିଅନ୍ତୁ ବୋଲି ଆମେ ଆଶା କରୁଛି।” ସେଠାକାର ପରିସ୍ଥିତି ଏବେ ବି ସୁଧୁରି ନାହିଁ ବୋଲି ଆଦିତ୍ୟ କହିଛନ୍ତି।

Related Posts