କାଶ୍ମୀର ପଣ୍ଡିତଙ୍କ ହତ୍ୟା ମାମଲାର ତଦନ୍ତ କରିବ ଏସଆଇଟି: ମନୋଜ ସିହ୍ନା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କାଶ୍ମୀର ପଣ୍ଡିତଙ୍କ ହତ୍ୟା ମାମଲାର ତଦନ୍ତ କରିବ ଏସଆଇଟି ବୋଲି ଆଜି ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍’ ଏହି ଘଟଣାର ସବୁ ଦିଗରୁ ତଦନ୍ତ କରିବ। ଉପରାଜ୍ୟପାଳ ମନୋଜ ସିହ୍ନା ଏହି ‘ଏସ୍ଆଇଟି’ ଟିମ୍ ଗଠନ କରିଛନ୍ତି। ହତ୍ୟା ଘଟଣା ପରେ କଶ୍ମୀରୀ ପ୍ରବାସୀମାନଙ୍କୁ ଘଉଡ଼ାଇବା ପାଇଁ ମୁତୟନ କରାଯାଇଥିବା ଫୋର୍ସ ଉପରେ ମଧ୍ୟ ‘ଏସ୍ଆଇଟି’ ତଦନ୍ତ କରିବ।

ପ୍ରତିବାଦକାରୀ କଶ୍ମୀରୀ ପଣ୍ଡିତଙ୍କ ଉପରକୁ ଲୁହବୁହା ବାଷ୍ପ ପ୍ରୟୋଗର ମଧ୍ୟ ତଦନ୍ତ ହେବ ଓ ଏଥିରେ ସମ୍ପୃକ୍ତ ଥିବା ସରକାରୀ ଅଧିକାରୀମାନଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପରାଜ୍ୟପାଳ କହିଛନ୍ତି। ପିଏମ୍ ପ୍ୟାକେଜ୍’ରେ କାର୍ୟ୍ୟ କରୁଥିବା କର୍ମଚାରୀମାନେ ଅଭିଯୋଗ କରିଥିଲେ ଯେ, ପୁଲିସ ସେମାନଙ୍କ ବିପକ୍ଷରେ ଫୋର୍ସ ପ୍ରୟୋଗ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ୨ଜଣ ବିଦେଶୀ ଆତଙ୍କବାଦୀଙ୍କୁ ଏନ୍କାଉଣ୍ଟର୍ରେ ପୁଲିସ ଗୁଳି ମାରି ହତ୍ୟା କରିଛି। କେଉଁଠାରେ ଫୋର୍ସ ମୁତୟନ ନ କରିବା ପାଇଁ ପ୍ରଶାସନକୁ ନିର୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି।

Related Posts