ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ଦଳକୁ ଫେରିଲେ ଦ୍ରୁତ ବୋଲର ଜସପ୍ରୀତ ବୁମରା

ଭୁବନେଶ୍ଵର,୩/୧(ସତ୍ୟପାଠ ବ୍ୟୁରୋ): ଭାରତୀୟ ଦଳକୁ ଫେରିବେ ଦ୍ରୁତ ବୋଲର ଜସପ୍ରୀତ ବୁମରା। ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜରେ ଖେଳିବେ ବୁମରା। ତେବେ ପିଠିରେ ସମସ୍ୟା ହେତୁ ସେ ଗତ ଟି-୨୦ ବିଶ୍ବକପରୁ ବାଦ ପଡ଼ିଥିଲେ। ହେଲେ ଏବେ ସେ ସୁସ୍ଥ ହୋଇ ପୁଣି ଥରେ ପଡ଼ିଆକୁ ଫେରିବେ ବୋଲି ଜଣାପଡ଼ିଛି। ବିସିସିଆଇ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ପାଇଁ ବୁମରାଙ୍କୁ ଦଳରେ ସାମିଲ କରିଛି।

ତେବେ ଭାରତୀୟ ଦଳ ଶ୍ରୀଲଙ୍କା ବିପକ୍ଷରେ ତିନୋଟି ଟି-୨୦ ଏବଂ ତିନୋଟି ଦିନିକିଆ ଶୃଙ୍ଖଳା ଖେଳିବ। ପ୍ରଥମେ ଟି-୨୦ ସିରିଜ୍ ଖେଳାଯିବାକୁ ଥିବା ବେଳେ ଆଜି ଏହାର ପ୍ରଥମ ମ୍ୟାଚ୍ ମୁମ୍ବାଇର ୱଁଖଡେ ଷ୍ଟାଡିୟମରେ ଖେଳାଯିବ। ଏହା ପରେ ତିନୋଟି ଦିନିକିଆ ଶୃଙ୍ଖଳା ଖେଳାଯିବ। ଏହି ତିନୋଟି ଦିନିକିଆ ଶୃଙ୍ଖଳା ୧୦, ୧୨ ଏବଂ ୧୫ ଜାନୁଆରିରେ ଖେଳାଯିବ, ଯେଉଁଥିରେ ବୁମରା ଖେଳୁଥିବାର ନଜର ଆସିବେ।

ସୂଚନାଯୋଗ୍ୟ ଯେ, ଗତ ଏସିଆ କପ୍ ୨୦୨୨ରେ ପିଠିରେ ସମସ୍ୟା ହେତୁ ଦଳରୁ ବାଦ୍ ପଡିଥିବା ଦ୍ରୁତ ବୋଲର ଜସପ୍ରୀତ ବୁମରା ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ ସହ ଦଳକୁ ଫେରିଥିଲେ। କିନ୍ତୁ ପରେ ଏହି ସମସ୍ୟା ଜଟିଳ ହେବାରୁ ସେ ଟି-୨୦ ବିଶ୍ୱକପରୁ ବାଦ ପଡିଥିଲେ।

ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଶୃଙ୍ଖଳା ପାଇଁ ଭାରତୀୟ ଦଳ:- ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଅୟର, କେ.ଏଲ୍ ରାହୁଲ (ୱିକେଟ୍ କିପର), ଇଶାନ କିଶନ (ୱିକେଟ୍ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପ-ଅଧିନାୟକ), ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ଜସପ୍ରୀତ ବୁମରା, ମହମ୍ମଦ ଶାମି, ମହମ୍ମଦ ସିରାଜ, ଉମ୍ରାନ ମଲିକ, ଅର୍ଶଦୀପ ସିଂ।

Related Posts