ଉତ୍ତରାଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା: ଭାରସାମ୍ୟ ହରାଇ ଖାତକୁ ଖସିଲା ବରଯାତ୍ରୀ ବସ: ୨୫ ମୃତ

ଡେରାଡୁନ : ଉତ୍ତରାଖଣ୍ଡରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପୌରୀ ଗରୱାଲରେ ଭାରସାମ୍ୟ ହରାଇ ଖାତକୁ ଖସିଲା ବସ । ଦୁର୍ଘଟଣାରେ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୧ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଧୁମାକୋଟ ଅଞ୍ଚଳରେ ଏକ ବରଯାତ୍ରୀ ବସ ଯାଉଥିବା ବେଳେ ଭାରସାମ୍ୟ ହରାଇ ପାହାଡ ତଳକୁ ଖସିପଡିଥିଲା । ଘଟଣାସ୍ଥଳରେ ୨୫ଜଣଙ୍କର ମୃତ୍ୟୁ ହୋଥିବା ବେଳେ ୨୧ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେବି କିଛି ଯାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।

ସେପଟେ ଦୁର୍ଘଟଣା ସଂପର୍କରେ ସୂଚନା ପାଇଁ ସ୍ଥାନୀୟ ପ୍ରଶାସନ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । SDRF ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରିଛନ୍ତି । ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବରିଷ୍ଠ ପ୍ରଶସାକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଉପରେ ନଜର ରଖିଛନ୍ତି।

Related Posts