ଉତ୍ତରାଖଣ୍ଡର ଯୋଶୀମଠରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୧୨ ମୃତ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଯୋଶୀମଠରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି । ଏଥିସହ ଏବେବି ଘଟଣା ସ୍ଥଳରେ ଉଦ୍ଧାର ଅଭିଯାନ ଜାରି ରହିଛି ଏବଂ ଫସି ରହିଥିବା ଅନ୍ୟ ଲୋକଙ୍କୁ ବାହାର କରିବା ପାଇଁ ପ୍ରୟାସ କରାଯାଉଛି ।

ପ୍ରାଥମିକ ସୂଚନା ଅନୁସାରେ, ଯୋଶୀମଠ ବ୍ଲକର ଉର୍ଗମ-ପଲ୍ଲା ଜଖୋଲା ମୋଟର ରାସ୍ତାରେ ଗାଡି ହଠାତ୍ ନିୟନ୍ତ୍ରଣ ହରାଇଥିଲା ଏବଂ ଘାଇରେ ପଡିଯାଇଥିଲା । ମୃତକଙ୍କ ମଧ୍ୟରେ ୧୦ ପୁରୁଷ ଏବଂ ୨ ମହିଳା ସାମିଲ ଅଛନ୍ତି ।

ଜିଲ୍ଲାପାଳ ହିମାଂଶୁ ଖୁରାନା, ପୋଲିସ ଏସପି ପ୍ରମେନ୍ଦ୍ର ଡୋଭାଲଙ୍କ ସହ ଏସଡିଆରଏଫ, ଏନଡିଆରଏଫ ଏବଂ ପୋଲିସ-ସ୍ଥାନୀୟ ପ୍ରଶାସନିକ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ୧୨ଟି ମୃତ ଶୀରର ଉଦ୍ଧାର କରାଯାଇଛି । ଅନ୍ୟପଟେ ୩ ଜଣଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Related Posts