କରୋନା ଭୟ: ସମ୍ବଲପୁର ମହାନଗର ନିଗମ ଅଂଚଳରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ସମ୍ବଲପୁର : ରାଜ୍ୟରେ ବଢୁଛି ସଂକ୍ରମଣ । ଦୈନିକ ସଂକ୍ରମଣ ହାର ଏବେ ୭୦୦ ଅତିକ୍ରମ କରିଛି । ତେବେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା ଆରମ୍ଭ ହୋଇଯାଇଛି । ଭୁବନେଶ୍ବର ପରେ ଏଣିକି ସମ୍ବଲପୁର ମହାନଗର ନିଗମ ଅଂଚଳରେ ମାସ୍କ ବାଧ୍ୟତାମୂଳକ। ନିର୍ଦ୍ଦେଶନାମା ଜାରି କରିଛି ସମ୍ବଲପୁର ମହାନଗର ନିଗମ ।

ସମ୍ବଲପୁର ମହାନଗର ନିଗମ ଅଂଚଳରେ ରହୁଥିବା ଓ ଏଠାକୁ ଆସୁଥିବା ଲୋକେ ମାସ୍କ ପିନ୍ଧିବାକୁ ଗାଇଡଲାଇନ ଜାରି ହେବା ସହ ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦେଶନାମା ଜାରି ହୋଇଛି ।

ସେହିପରି ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକରେ ମଧ୍ୟ କୋଭିଡ ଗାଇଡଲାଇନକୁ କଡାକଡି କରିବା ପାଇଁ କୁହାଯାଇଛି । ଅତିକମରେ ୬ ଫୁଟ ଦୂରତା ଓ ଭିଡ ବଢିଲେ ହୋଟେଲ, ରେଷ୍ଟୁରାଣ୍ଟରେ ପାର୍ସଲ ବ୍ୟବସ୍ଥା ଆପଣେଇବାକୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଏବେ କରୋନା ସଂକ୍ରମଣ ବଢିବାରେ ଲାଗିଛିନ । ଯାହାକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।ଏପିରିକି ଯଦି କେହି କୋଭିଡ଼ ନିୟମ ଉଲ୍ଲଂଘନ କରନ୍ତି । ତେବେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉଭୟ ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଥିଲା ।

Related Posts