ସୋର ରିଲାଏନ୍ସ ପେଟ୍ରୋଲ ପମ୍ପରୁ ଲୁଟ୍: ପୁରା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ

ସୋର : ପେଟ୍ରୋଲ୍ ପମ୍ପରୁ ଲୁଟ୍ କଲେ ଲୁଟେରା । ଭଙ୍ଗାରୁଜା କରିବା ସହ କର୍ମଚାରୀଙ୍କୁ ମାଡ଼ ମାରି ଟଙ୍କା ଲୁଟିନେଲେ ଲୁଟେରା । ବାଲେଶ୍ୱର ଜିଲ୍ଲା ସୋର-୧୬ ନମ୍ବର ଜାତୀୟ ରାଜପଥ ପାଇକାଳି ନିକଟ ରିଲାଏନ୍ସ ପେଟ୍ରୋଲ ପମ୍ପରୁ ଏହି ଲୁଟ୍ ହୋଇଛି ।

ତେବେ ଲୁଟ୍ ସମୟର ସମସ୍ତ ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଛି।

ଖବର ଅନୁଯାୟୀ, ତେଲ ପକାଇବାକୁ ଆସି ୩ ଜଣ ଯୁବକ ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଅଫିସରେ ଲାଗିଥିବା କାଚ ଭାଙ୍ଗି ୩୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ୩ ଯୁବକଙ୍କ ଆକ୍ରମଣରେ ପୋଟ୍ରୋଲ ପମ୍ପର ଦୁଇ ଜଣ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ପେଟ୍ରୋଲ ପମ୍ପରେ ୩ ଜଣ ଯୁବକ ତେଲ ପକାଇ ସାରିବା ପରେ ଟଙ୍କା ଚେଞ୍ଜ କରିବାକୁ ନେଇ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ସହ ପ୍ରଥମେ ବଚସା କରିଥିଲେ। ପରେ ଯୁବକମାନେ କର୍ମଚାରୀଙ୍କୁ ମାଡ଼ ମାରିବା ସହ ଅଫିସ କାଚ ଭାଙ୍ଗି ଟଙ୍କା ନେଇ ଫେରାର ହୋଇଯାଇଥିଲେ। ପେଟ୍ରୋଲ ପମ୍ପରେ ଲାଗିଥିବା ସିସିଟିଭି କ୍ୟାମେରାରେ ଲୁଟ୍ ବେଳର ପୂରା ଦୃଶ୍ୟ କଏଦ ହୋଇଛି l

ଅନ୍ୟପଟେ ଏନେଇ ଖବର ପାଇବା ପରେ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜ କୁ ଜବତ କରିଛି ।

Related Posts