ଯୁଦ୍ଧ ଭୟ: ୭ ଦିନରେ ୧୦ ଲକ୍ଷ ଲୋକ ଛାଡ଼ିଲେଣି ୟୁକ୍ରେନ

ରୁଷ ଓ ୟୁକ୍ରେନ ମଧ୍ୟରେ ଲାଗିରହିଛି ଘମାଘୋଟ ଯୁଦ୍ଧ । ଋଷ ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଛି । ଏଥିରେ ୟୁକ୍ରେନ ର ପ୍ରାୟ 2000 ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏଥିସହ ଅନେକ ବଡ଼ ବଡ଼ କୋଠା ମାଟିରେ ମିଶୁଥିବା ଦେଖିବାକୁ ମିଳିଛି । ସେପଟେ ଭୟବିତ ୟୁକ୍ରେନ ବାସୀ ଦେଶ ଛାଡୁଥିବା ଦେଖିବାକୁ ମିଳିଛି। ଯୁଦ୍ଧ ଆରମ୍ଭ ହେବାର ୭ ଦିନ ଭିତରେ ପ୍ରାୟ ୧୦ ଲକ୍ଷ ୟୁକ୍ରେନବାସୀ ଭୟରେ ଦେଶ ଛାଡ଼ି ଦେଇଛନ୍ତି। ଜାତିସଂଘର ଶରଣାର୍ଥୀ ଏଜେନ୍ସି ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏବେ ବି ଲକ୍ଷାଧିକ ଲୋକ ୟୁକ୍ରେନ ଛାଡ଼ିବା ମୁଡରେ ଅଛନ୍ତି। ଏଥିପାଇଁ ଦେଶର ସୀମାନ୍ତ ଅଭିମୁଖେ ସେମାନେ ଯିବାରେ ଲାଗିଛନ୍ତି।

୨୦୨୦ ସୁଦ୍ଧା ବିଶ୍ୱ ବ୍ୟାଙ୍କର ଗଣତି ଅନୁସାରେ ୟୁକ୍ରେନର ମୋଟ ଜନସଂଖ୍ୟା ୪୪ ମିଲିୟନ ରହିଥିଲା। ଯୁଦ୍ଧ ଯୋଗୁ ୪ ମିଲିୟନ ବା ୪୦ ଲକ୍ଷ ଲୋକ ଦେଶ ଛାଡ଼ିବେ ବୋଲି ଜାତିସଂଘ ଆକଳନ କରିଥିଲା। ହେଲେ ଏବେ ଯେଉଁ ହାରରେ ଲୋକମାନେ ଦେଶ ଛାଡ଼ୁଛନ୍ତି, ତା’କୁ ଦେଖି ସମସ୍ତଙ୍କ ଚିନ୍ତା ବଢ଼ିଛି। ଆକଳନ ଠାରୁ ଆହୁରି ଅଧିକ ଲୋକ ଯୁଦ୍ଧର ଭୟାବହତା ଯୋଗୁ ଦେଶ ଛାଡ଼ିପାରନ୍ତି ବୋଲି କୁହାଯାଉଛି।

Related Posts