
ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ମତଦାନ ପ୍ରକ୍ରିୟା ଚାଲିଛି । ଏନେଇ ରାଜ୍ୟରେ ରାଜନୈତିକ ମାହୋଲ ମଧ୍ୟ ବେଶ ଚଳଚଞ୍ଚଳ ହୋଇ ଉଠିଛି । ଏହା ମଧ୍ୟରେ ସମାଜବାଦୀ ପାର୍ଟିର ମହାସଚିବ ରାମଗୋପାଳ ଯାଦବ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଗୋରଖପୁରରେ ବାବାଙ୍କୁ ନାନିଙ୍କ କଥା ମନେପଡ଼ିଯିବ । ଠିକ ସେପଟେ ଗୋରଖପୁରରେ ଭୋଟ୍ ଦେବା ପରେ ସିଏମ୍ ଯୋଗୀ କହିଛନ୍ତି ଯେ ଷଷ୍ଠ ପର୍ୟ୍ୟାୟରେ ୟୁପିବାସୀ ଅଧିକ ଭୋଟ ଦେଇ ଦଳକୁ ଶକ୍ତିଶାଳୀ କରିଛନ୍ତି । ସେପଟେ ରାମ ଗୋପାଳ ଯାଦବ କହିଛନ୍ତି ଯେ ବାରାଣାସୀରେ ଆୟୋଜିତ ହେବାକୁ ଥିବା ରାଲିରେ ସମାଜବାଦୀ ପାର୍ଟିର ଅଭିଯାନକୁ ଆଗେଇ ନେବାରେ ବହୁତ ସହାୟକ ହେବ। କାହିଁକିନା ଏସପି ମୁଖ୍ୟ ଅଖିଳେଶ ଯାଦବଙ୍କ ସହ ଅନେକ ବଡ଼ ନେତା ଅଛନ୍ତି ।
କେବଳ ଏତିକି ନୁହେଁ ବରଂ ଭାରତୀୟ ଜନତା ପାର୍ଟିର ନେତାମାନେ ଯେପରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ଟିପ୍ପଣୀ ଦେଉଥିଲେ, ବର୍ତ୍ତମାନ ସେମାନେ ଅଖିଳେଶ ଯାଦବଙ୍କ ଉପରେ ମଧ୍ୟ ସମାନ ଟିପ୍ପଣୀ ଦେବାରେ ଲାଗିଛନ୍ତି ବୋଲି ରାମ ଗୋପାଳ ଯାଦବ କହିଛନ୍ତି । ଏହା ସହ ମାର୍ଚ୍ଚ ୧୦ ରେ ନିର୍ବାଚନ ଫଳାଫଳ ବାହାରିବା ପରେ ବିଜେପିର ହୋସ ଉଡ଼ିଯିବ। କାଶୀରେ ବସିଥିବା ସେହି ବାବା ବିଶ୍ୱନାଥ ବିଜେପିକୁ ପରାସ୍ତ କରୁଛନ୍ତି ବୋଲି ସମାଜବାଦୀ ପାର୍ଟିର ନେତା ରାମ ଗୋପାଳ ଯାଦବ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ଶାସକ ଓ ବିରୋଧୀଙ୍କ ମଧ୍ୟରେ ବୟାନବାଜି ଚାଲିଥିବାର ଦେଖିବାକୁ ମିଳିଛି ।