ଭାରତ ସରକାରଙ୍କ ପାଇଁ ୟୁକ୍ରେନରେ ଛାତ୍ରଛାତ୍ରୀମାନେ ନିର୍ଯ୍ୟାତନାର ସମ୍ମୁଖୀନ ହେଉଛନ୍ତି: ୟୁକ୍ରେନ ଫେରନ୍ତା ଛାତ୍ର

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ୟୁକ୍ରେନରେ ବର୍ତ୍ତମାନ ଅନେକ ଭାରତୀୟ ଛାତ୍ରଛାତ୍ରୀ ଫସି ରହିଛନ୍ତି । ସେପଟେ ଏହି ଛାତ୍ରମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏହା ମଧ୍ୟରେ ୟୁକ୍ରେନ ଫେରନ୍ତା ଜଣେ ଛାତ୍ର କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିବାର ଦେଖିବାକୁ ମିଳିଛି । ତେବେ ସମୟ ଥାଉ ଥାଉ ବିବାଦୀୟ ଜୋନରୁ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ନନେଇ ଫୁଲ ବାଣ୍ଟିବା ଭଳି କାର୍ଯ୍ୟ ସମ୍ପୂର୍ଣ୍ଣ ଭାବରେ ମୂଲ୍ୟହୀନ । କେନ୍ଦ୍ର ସରକାରଙ୍କ ଉପରେ ବର୍ଷି ଏପରି କହିଛନ୍ତି ଜଣେ ବିହାରର ମୋତିହାରୀ ବାସୀନ୍ଦା ଦିବ୍ୟାଂଶୁ ସିଂହ । ଏହା ସହ ପୋଲାଣ୍ଡ ସୀମାରେ କିଛି ଛାତ୍ରଛାତ୍ରୀଙ୍କୁ ନିର୍ଯ୍ୟାତନାର ସମ୍ମୁଖୀନ ହେବାକୁ ପଡ଼ିଛି । ସେଥିପାଇଁ ଆମ ସରକାର ହିଁ ଦାୟୀ । ଯଦି ସରକାର ସମୟ ଥାଉ ଥାଉ ପଦକ୍ଷେପ ନେଇଥାନ୍ତେ ତାହାଲେ ଆମକୁ ଏତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନଥାନ୍ତା ବୋଲି କହିଛନ୍ତି । ସେପଟେ ଦିବ୍ୟାଂଶୁ ସିଂହଙ୍କୁ ୟୁକ୍ରେନରୁ ହଙ୍ଗେରୀ ଯିବାକୁ ପଡ଼ିଥିଲା । ସେଠାରୁ ସେ ଦିଲ୍ଲୀ ପହଞ୍ଚିବା ପରେ ତାଙ୍କୁ ବିମାନ ବନ୍ଦରରେ ଗୋଲାପ ଫୁଲ ଦ୍ୱାରା ସ୍ୱାଗତ କରାଯାଇଥିଲା । ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ଠାରୁ ତାଙ୍କୁ କେଉଁ ପ୍ରକାର ସାହାଯ୍ୟ ମିଳିଥିଲା ବୋଲି ପଚରାଯାଇଥିଲା ।

ଏହାର ଉତ୍ତର ରଖି ସେ କହିଥିଲେ, ଆମେ ସୀମା ଡ଼େଇଁ ହଙ୍ଗେୀରୀରେ ପହଞ୍ଚିବା ପରେ ହିଁ ସାହାଯ୍ୟ ପାଇଥିଲୁ । ତା’ପୂର୍ବରୁ କୌଣସି ସହାୟତା ମିଳିନଥିଲା । ଯାହାବି କରିଛୁ, ନିଜ ଅଡ଼େୁ କରିଛୁ । ଆମେ ୧୦ ଜଣିଆ ଗ୍ରୁପ କରି ଟ୍ରେନରେ ଖୁବ କ୍ମୃରେ ଚଢ଼ିଥିଲୁ । ସେତେବେଳେ ଟ୍ରେନ ଫୁଲ ପ୍ୟାକ ଥିଲା । ସେପଟେ ଟ୍ରେନରେ ଚଢ଼ୁଥିôବା ଏବଂ ସୀମା ପାର ଉଦ୍ୟମବେଳେ ଭାରତୀୟ ଛାତ୍ରଛତ୍ରୀଙ୍କୁ ନିର୍ଯ୍ୟାତନା ଦିଆଯାଛଉଥିବା କିଛି ରିପୋର୍ଟରେ ଦାବି କରାଯାଉଛି । କିନ୍ତୁ ଭିନ୍ନ ବୋଲି ଦିବ୍ୟାଂଶୁ କହିଛନ୍ତି । ଅନ୍ୟପଟେ ସ୍ଥାନୀୟ ଲୋକେ ଆମକୁ ସାହାଯ୍ୟ କରିଥିଲେ । କେହି ଆମ ସହ ଖରାପ ବ୍ୟବହାର କରିନଥିଲେ । ପୋଲାଣ୍ଡ ସୀମାରେ କିଛି ଛାତ୍ରଛାତ୍ରୀଙ୍କୁ ନିର୍ଯ୍ୟାତନାର ସମ୍ମୁଖୀନ ହେବାକୁ ପଡ଼ିଛି । ସେଥିପାଇଁ ଆମ ସରକାର ହିଁ ଦାୟୀ । ଯଦି ସରକାର ସମୟ ଥାଉ ଥାଉ ପଦକ୍ଷେପ ନେଇଥାନ୍ତେ ତାହାଲେ ଆମକୁ ଏତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନଥାନ୍ତା । ଆମେରିକା ପ୍ରଥମେ ନିଜର ନାଗରିକମାନଙ୍କୁ ୟୁକ୍ରେନ ଛାଡ଼ିବାକୁ ଆଡଭାଇଜରି ଜାରି କରିଥିଲା । କିନ୍ତୁ ଭାରତ ଏପରି କରିନଥିଲା ବୋଲି ୟୁକ୍ରେନ ଫେରନ୍ତା ଛାତ୍ର କହିଛନ୍ତି ।

Related Posts