କୋଭିଡ ଭୟରେ ଗାଁ ଲୋକେ କନ୍ଧା ଦେଲେନି, ସତୁରି ବର୍ଷ ବୃଦ୍ଧ ସାଇକେଲରେ ନେଲେ ସ୍ତ୍ରୀ ର ଶବ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ ଭୟରେ ଗାଁ ଲୋକେ କନ୍ଧା ନ ଦେବାରୁ ନିଜ ସ୍ତ୍ରୀ ର ଶବକୁ ସାଇକେଲରେ ଶ୍ମଶାନ ଘାଟ ନେଲେ ସତୁରି ବର୍ଷର ବୃଦ୍ଧ । ଏହିଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଠାରୁ 200 କିଲୋମିଟର ଦୂରରେ ଥିବା ଅମ୍ବରପୁର ଗାଁରେ । 70 ବର୍ଷିୟ ବୃଦ୍ଧ ତାଙ୍କ ସ୍ତ୍ରୀ ର ଶବକୁ ସାଇକେଲରେ ନେଉଥିବାର ୨ଟି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଗୋଟିଏ ଫଟୋରେ ଉକ୍ତ ବ୍ୟକ୍ତି ଜଣକ ମୃତଦେହକୁ ନିଜ ସାଇକେଲରେ ନେଉଥିବାର ନଜର ଆସୁଥିବା ବେଳେ ଅନ୍ୟ ଫଟୋରେ ତାଙ୍କୁ ରାସ୍ତା କଡ଼ରେ ଅସହାୟ ଭାବରେ ବସିଥିବାର ଦେଖାଯାଉଛି। ପୋଲିସ କହିଛି ଯେ, ଏପ୍ରିଲ 26 ରେ ଜିଲ୍ଲା ଡାକ୍ତରଖାନାରେ କୋଭିଡ -19 କାରଣରୁ ଉକ୍ତ ବ୍ୟକ୍ତିଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା ​​ଏବଂ ତାଙ୍କ ମୃତଦେହକୁ ଆମ୍ବୁଲାନ୍ସରେ ଗାଁକୁ ପଠାଯାଇଥିଲା। “କେହି ସାହାଯ୍ୟ କରିବାକୁ ନଆସିବା ପରେ ବୃଦ୍ଧ ଜଣକ ତାଙ୍କ ପତ୍ନୀଙ୍କ ଶବକୁ ସାଇକେଲରେ ନେଇ ଶବଦାହ ପାଇଁ ଯିବାକୁ ସ୍ଥିର କରିଥିଲେ। ” ବୋଲି SHO କହିଛନ୍ତି। ପୁଲିସ କର୍ମଚାରୀ ମାନେ ଏକ ଆମ୍ବୁଲାନ୍ସ ଏବଂ ଶେଷକୃତ୍ୟ ପାଇଁ ଆବଶ୍ୟକୀୟ ସାମଗ୍ରୀ ନେଇ ଶବଦାହ କରିଥିଲେ।

Related Posts