ମୁଖ୍ୟମନ୍ତ୍ରୀ ସୁସ୍ଥ ଅଛନ୍ତି ତ ?

କୁହାଯାଏ ଜଣେ ବ୍ୟକ୍ତିର ସ୍ବାସ୍ଥ୍ୟ ଓ ଆର୍ଥିକ ଦୁସ୍ଥିତି ସମ୍ପର୍କରେ ଚର୍ଚ୍ଚା କରିବା ସୌଜନ୍ୟତାର ପରିଚୟ ନୁହେଁ, ହେଲେ ବେଳେ ବେଳେ ଏମିତି କିଛି ବ୍ୟକ୍ତିତ୍ବ ଅଛନ୍ତି ଯେଉଁମାନଙ୍କ ସମ୍ପର୍କରେ ଆଲୋଚନା ନକଲେ ଅକୃତଜ୍ଞତା ହେବ ବୋଲି ଧରିନେବାକୁ ପଡିବ । ଯେଉଁ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଗୋଟିଏ ଜାତିର ସ୍ବାର୍ଥ ଆଉ ସୁରକ୍ଷାର ପ୍ରସଙ୍ଗ ହୋଇପଡେ ସେତବେଳେ ସେ ବ୍ୟକ୍ତି ସମ୍ପର୍କରେ ଆଲୋଚନା ହେବନି ବା କେମିତି ? ଏଇ ଯେମିତି ଆମ ରାଜ୍ୟର ମାନ୍ୟଵର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଯାହାଙ୍କ ସୁସ୍ଥ ଜୀବନ ଆଜି ପ୍ରତିଟି ଓଡିଆଙ୍କ ଏକାନ୍ତ କାମ୍ୟ । ରାଜ୍ୟ କହିଲେ ତ ରାଜ୍ୟର ମୁଖ୍ୟଙ୍କୁ ବୁଝାଏ ଯାହାଙ୍କର ସୁସ୍ଥ ଶରୀର ଆଉ ମନ ଉପରେ ଭରଷାକରି ଅନେକ ଶିଳ୍ପପତି, ରାଷ୍ଟ୍ର ନିର୍ମାତା ମାନେ ଅନେକ ଦୀର୍ଘସ୍ଥାୟୀ ସ୍ବପ୍ନ ଦେଖିଥାନ୍ତି, କିନ୍ତୁ ଦେଖାଯାଉଛି ବେଶ୍ କିଛି ବର୍ଷଧରି ଆମ ରାଜ୍ୟର ମୁଖ୍ୟଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ସୂଚନା ଯଥାସମ୍ଭବ ଗୁପ୍ତ ରଖାଯାଉଛି ।

ସତ୍ୟପାଠରେ ଏ ପ୍ରସଙ୍ଗ ଉପସ୍ଥାପନର ଉଦ୍ଦେଶ୍ୟ ହେଉଛି ସତରେ ମୁଖ୍ୟମନ୍ତ୍ରୀ ସୁସ୍ଥ ଅଛନ୍ତି କି ନା ଜାଣିବା । ଯେହେତୁ ଚାରି କୋଟି ଓଡିଶାର ଲୋକେ ତାଙ୍କ ପରିବାରର ସଦସ୍ୟ ସେହି ଭାବରେ ପ୍ରଥମେ ଜଣେ ପରିବାରର ସଦସ୍ୟ ଭାବରେ ଏ ପ୍ରସଙ୍ଗକୁ ଆଜିପରି ୭୧ତମ ଜନରାଜ୍ୟ ଦିବସରେ ଆଲୋଚନା ପାଇଁ ଆମେ ଉଚ୍ଚିତ ମନେକଲୁ । ସାରା ଦେଶ ଜନରାଜ୍ୟ ଦିବସକୁ ଧୁମଧାମରେ ପାଳନ କରୁଥିବା ବେଳେ ଆମ ରାଜ୍ୟ ମଧ୍ୟ ସେଥିରୁ ବାଦ ଯାଇନି , ହେଲେ ଐତିହାସିକ କଟକ ସହରରେ ଜନରାଜ୍ୟ ଦିବସ ପାଳନରେ ଗୋଟିଏ ବଡ ବିଡମ୍ବନା ଆଜି ଦେଖିବାକୁ ମିଳିଛି । ସ୍ବାଧୀନତା ପରଠାରୁ ବୋଧହୁଏ ପ୍ରତିବର୍ଷ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ କଟକ ସହରରେ ଅଭିବାଦନ ଗ୍ରହଣ କରି ଆସୁଛନ୍ତି । ହେଲେ ଚଳିତ ବର୍ଷ ଏଥିରେ ରୋକ୍ ଲାଗିଛି, ମାନ୍ୟବର ମୁଖ୍ୟମନ୍ତ୍ରୀ କଟକ ପରିବର୍ତ୍ତେ ଭୁବନେଶ୍ବରରେ ଅଭିବାଦନ ଗ୍ରହଣ କରିଛନ୍ତି ।

ରାଜଧାନୀରେ ଯେତବେଳେ ରାଜ୍ୟସ୍ତରୀୟ ଜନରାଜ୍ୟ ଦିବସ ପାଳନ କରାଯାଉଥିଲା ଦେଖିବାକୁ ମିଳିଲା ମାନ୍ୟବର ମୁଖ୍ୟମନ୍ତ୍ରୀ ବସିକି ଅଭିବାଦନ ଗ୍ରହଣ କରୁଛନ୍ତି । ସ୍ବୟଂ ମହାମହିମ ରାଜ୍ୟପାଳ ଯେତବେଳେ ମଞ୍ଛ ଉପରେ ଠିଆ ହୋଇ ଅଭିବାଦନ ଗ୍ରହଣ କରୁଥିଲେ ସେତବେଳେ ମୁଖ୍ୟମନ୍ତ୍ରୀ ନିଜ ଆସନରେ ବସି ଅଭିବାଦନ ଗ୍ରହଣ କରୁଥିଲେ । ପ୍ରଥମତଃ କେଉଁ କାରଣ ଯୋଗୁ ଏତେ ଦିନର ପରମ୍ପରା ଭଙ୍ଗକରି ମାନ୍ୟଵର ମୁଖ୍ୟମନ୍ତ୍ରୀ କଟକରେ ଅଭିବାଦନ ଗ୍ରହଣ କଲେ ସେ କଥା ଏଯାଏ ସରକାରୀ ଭାବରେ କିଛି ସ୍ପଷ୍ଠ କରାଗଲା ନାହିଁ ।

ଚର୍ଚ୍ଚା ହେଉଛି ଦୀର୍ଘ ସମୟ ଧରି ଗୋଟିଏ ସ୍ଥାନରେ ଠିଆହୋଇ ଅଭିବାଦନ ଗ୍ରହଣ କରିବାର କ୍ଷମତା ମୁଖ୍ୟମନ୍ତ୍ରୀଙ୍କ ନଥିବାରୁ କଟକ କାର୍ଯ୍ୟକ୍ରମକୁ ଶେଷ ମୁହୁର୍ତ୍ତରେ ପରିବର୍ତ୍ତନ କରାଯାଇଛି । ସତକୁ ସତ ଭୁବନେଶ୍ବରରେ ମଧ୍ୟ ଅଭିବାଦନ ସମୟରେ ନିଜ ଆସନରେ ମୁଖ୍ୟମନ୍ତ୍ରୀ ମହୋଦୟ ବସିରହିଲେ । ହୋଇପାରେ ବିଶେଷ କାର୍ଯ୍ୟରେ ରାଜ୍ୟ ବା ଦେଶ ବାହାରେ ଥିଲେ ଏଭଳି କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିପାରିବେ । ହେଲେ ସେମିତି କିଛି ନଥାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପରିବର୍ତ୍ତନ ଅନେକ ଦିଗକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ଶେଷ ହୋଇଥିବା ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଏକ ଅତ୍ୟାଧୁନିକ ହାଇଡ୍ରୋଲିକ ସୁବିଧା ଉପଲବ୍ଧ ବସରେ ବୁଲି ନିର୍ବାଚନ ପ୍ରଚାର କରିଥିଲେ । ଏହାକୁ ନେଇ ବିରୋଧୀ ମଧ୍ୟ ନାନା କଥା ସେତେବେଳେ ପ୍ରଚାର କଲେ, କିନ୍ତୁ ପ୍ରକୃତ ସତ୍ୟ ଯାହା ତାହା ବିଳମ୍ବରେ ହେଲେମଧ୍ୟ ଆଜିର କଟକଠାରେ ଆୟୋଜିତ ଜନରାଜ୍ୟ ଦିବସ ପରେଡରେ ଅନୁପସ୍ଥିତ ରହିବା ପରେ ସ୍ପଷ୍ଠ ହୋଇଯାଇଛି ।

ପ୍ରକୃତରେ ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟକୁ ନେଇ ବାହାରକୁ ଯେଉଁ ଚିତ୍ର ଆସୁଛି ପ୍ରକୃତ ସତ୍ୟ ତାହା ନୁହେଁ ।ନିକଟରେ ମୁଖ୍ୟମନ୍ତ୍ରୀଙ୍କ ଜଗିଂ କରିବାର ଭିଡିଓ ଯାହା ଭାଇରାଲ ହୋଇଥିଲା ତେବେ ତାହା ପଛର କାରଣ କ’ଣ ହୋଇପାରେ ?

*ପ୍ରଶ୍ନ ଉଠୁଛି ଯଦି ମୁଖ୍ୟମନ୍ତ୍ରୀ ସୁସ୍ଥ ତା’ହେଲେ ଏଭଳି ଭବ୍ୟ ତଥା ସମ୍ବେଦନଶୀଳ କାର୍ଯ୍ୟକ୍ରମରେ କାହିଁକି ଉପସ୍ଥିତ ରହିଲେ ନାହିଁ ?

*ପ୍ରତି ଦୁଇମାସ ଅନ୍ତରରେ ସରକାରୀ କାର୍ଯ୍ୟ ବାହାନାରେ ଦିଲ୍ଲୀ ଯିବା ପଛରେ ଉଚ୍ଚତର ଚିକିତ୍ସା କାର୍ଯ୍ୟକ୍ରମ ନଥାଏ ତ ?

* ଯେତବେଳେ ମାନ୍ୟଵର ମୁଖ୍ୟମନ୍ତ୍ରୀ ରାଜ୍ୟର ସାଢେ ଚାରି କୋଟି ଓଡିଆଙ୍କୁ ତାଙ୍କ ପରିବାରର ସଦସ୍ୟ ବୋଲି ଭାବୁଛନ୍ତି ସେତବେଳେ ରାଜ୍ୟବାସୀ ପରିବାରର ମୁଖ୍ୟଙ୍କ ସ୍ବାସ୍ଥ ସମ୍ପର୍କରେ ଜାଣିବା ଉଚ୍ଚିତ ନୁହେଁ କି ?

ଏଭଳି ଅନେକ ପ୍ରଶ୍ନ ରାଜ୍ୟବାସୀଙ୍କ ମନରେ ବାରମ୍ବାର ଉଙ୍କି ମାରୁଛି 

*ବର୍ଷ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ଖବରକୁ ଗୁପ୍ତ ରଖାଯାଉଛି କାହିଁକି ?

* ପ୍ରକୃତରେ ସୁସ୍ଥ ତା’ହେଲେ ଏ ସମସ୍ତ କାର୍ଯ୍ୟକ୍ରମରେ ଯୋଗ ନଦେବା, ବର୍ଷ ବର୍ଷର ପରମ୍ପରାକୁ ଭଙ୍ଗ କରିବା କେତେଦୁର ଠିକ୍ ?

କଟକ ସହରବାସୀଙ୍କ ଏହି ସ୍ମରଣୀୟ ଦିନଟି ଚଳିତ ବର୍ଷ ପାଣିଚିଆ ପଡିଯାଇଛି । କିନ୍ତୁ ଯେଉଁ ପ୍ରଶ୍ନ ବାରମ୍ବାର ମନରେ ଉଙ୍କି ମାରୁଛି ତା’ହେଲା “ସତରେ ମୁଖ୍ୟମନ୍ତ୍ରୀ ସୁସ୍ଥ ଅଛନ୍ତି ତ” ?

Related Posts