ଫିଫା ଫୁଟବଲ ବିଶ୍ବକପ: ବେଲଜିୟମର ପରାଜୟକୁ ନେଇ ରାଜଧାନୀ ବ୍ରସେଲ୍ସର ବିଭିନ୍ନ ସ୍ଥାନରେ ପୋଡ଼ାଜଳା

ନୂଆଦିଲ୍ଲୀ: ଫିଫା ଫୁଟବଲ ବିଶ୍ବକପରେ ମରକ୍କୋ ଠାରୁ ପରାଜିତ ହୋଇଛି ବେଲଜିୟମ। ଯାହାକୁ ନେଇ ଫୁଟବଲ୍ ପ୍ରେମୀଙ୍କ ମଧ୍ୟରେ ହିଂସା ଦେଖିବାକୁ ମିଳିଛି। ଫୁଟବଲ ପ୍ରେମୀ ଭିଡ଼ ଭିତରେ ଗାଡ଼ି ଗୁଡ଼ିକୁ ନିଆଁ ଲଗାଇ ଦେଇଛନ୍ତି । ବେଲଜିୟମର ରାଜଧାନୀ ବ୍ରସେଲ୍ସର ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଦେଖିବାକୁ ମିଳିଛି ।

କତରରେ ଚାଲିଛି ଫିଫା ଫୁଟବଲ ମହାକୁମ୍ଭ । ଟାଇଟଲ ଜିତିବାକୁ ଜୋରାଦାର ପ୍ରୟାସ ଜାରି ରଖିଛନ୍ତି ବିଭିନ୍ନ ଟିମ୍ । ରବିବାର ଦିନ ଖେଳାଯାଉଥିବା ମ୍ୟାଚ୍‌ରେ ମରକ୍କୋ ଠାରୁ ବେଲଜିୟମ ୨-୦ ଗୋଲରେ ହାରିଛି । ଦଳର ପରାଜୟ ପରେ ଫୁଟବଲ ପ୍ରେମୀ ଚିହିଁକି ଉଠିଛନ୍ତି । ବେଲଜିୟମର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟାଇଛନ୍ତି । ରାଜଧାନୀ ବ୍ରସେଲ୍ସରରେ ପୋଡ଼ାଜଳା କରିଛନ୍ତି । ଭିଡ଼ ଭିତରେ ଗାଡ଼ି ଗୁଡ଼ିକୁ ନିଆଁ ଲଗାଇ ଦେଇଛନ୍ତି ଦଙ୍ଗାକାରୀ ।

ସୂଚନା ଅନୁଯାୟୀ, ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଛନ୍ତି । ନିଆଁକୁ ଆୟତ୍ତ କରିବା ସହିତ ଡ୍ରର୍ଜନରୁ ଅଧିକ ହିଂସାକାରୀଙ୍କୁ ହେପାଜତକୁ ନେଇଛି ପୋଲିସ । ହିଂସା ସ୍ଥାନରେ ଶାନ୍ତି ଫେରିବା ପାଇଁ ଉଦ୍ୟମ ଜାରି ରଖିଛି ପୋଲିସ । ରାଜଧାନୀର ବିଭିନ୍ନ ସ୍ଥାନରେ ଫୋର୍ସ ମୁତୟନ ହୋଇଥିବା ବେଳେ ସ୍ଥିତି ଉପରେ ନଜର ରହିଛି ବୋଲି ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । ହିଂସାକାରୀଙ୍କୁ ପଚରାଉଚରା କରିବା ସହିତ ହିଂସା ପାଇଁ ପ୍ରବର୍ତ୍ତାଇଥିବା ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ପୋଲିସ । ପୋଡ଼ାଜଳା ଓ ଭଙ୍ଗାରୁଜାରେ ବ୍ୟବହୃତ ହୋଇଥିବା ସାମଗ୍ରୀକୁ ଜବତ କରିଛି ପୋଲିସ ।

Related Posts