ଶେଷ ପର୍ଯ୍ୟାୟ ଗଣତି: ୮୫୧ରୁ ୭୬୫ ରେ ବିଜେଡି ଆଗରେ

ଭୁବନେଶ୍ବର: ରାଜ୍ୟରେ ଗତ ତିନିଦିନ ହେଲା ଭୋଟ ଗଣତି ଜାରି ରହିଛି। ସୋମବାର ଥିଲା ଗଣତିର ତୃତୀୟ ତଥା ଶେଷ ଦିନ। ଆଜି ୧ ମାର୍ଚ୍ଚ ରେ ବି ଶେଷ ପର୍ଯ୍ୟାୟ ଗଣତି ଜାରି ରହିଛି। ସକାଳ ୭.୩୦ ସୁଦ୍ଧା ଜଣାପଡିଛି ଯେ, ରାଜ୍ୟରେ ନିର୍ବାଚନ ହୋଇଥିବା ୮୫୧ ଜିଲ୍ଲା ପରିଷଦ ଜୋନରୁ ପ୍ରାୟ ସବୁ ଜୋନର ଫଳାଫଳ ଘୋଷିତ ହୋଇଛି। ସେଥିରୁ ୭୬୫ ଜିଲ୍ଲା ପରିଷଦ ଜୋନରେ ବିଜୟୀ/ଆଗୁଆ ରହିଛି। ବିଜେପି ୪୨ ଜୋନରେ ବିଜୟୀ/ଆଗୁଆ ହୋଇଛି। କଂଗ୍ରେସ ତୃତୀୟ ସ୍ଥାନ ରେ ୩୭ ଜୋନରେ ବିଜୟୀ/ଆଗୁଆ ରହିଛି।

କଂଗ୍ରେସଠାରୁ ଆଉ ୭ ଆସନ ଅଧିକ ପାଇ ବିଜେପି ଦ୍ବିତୀୟ ସ୍ଥାନକୁ ଉଠିଛି। ଏଥି ସହିତ ସ୍ବାଧୀନ ପ୍ରାର୍ଥୀ ୩ଟି ଆସନ ପାଇଥିବାବେଳେ ଅନ୍ୟମାନେ ୪ଟି ଆସନ ପାଇଛନ୍ତି।
ଗତ ୨୦୧୭ ନିର୍ବାଚନରେ ବିଜେପି ଯେତିକି ଆସନ ପାଇଥିଲା ଚଳିତ ନିର୍ବାଚନରେ ବହୁ ଆସନ ହରାଇ ଏକ ପ୍ରକାର ତଳି ତଳାନ୍ତ ହେଇ ପଡିଛି। ତେବେ କାହିଁକି ଏଭଳି ହୋଇଛି ଦଳ ପକ୍ଷରୁ ସମୀକ୍ଷା କରାଯାଉଥିବାବେଳେ କଂଗ୍ରେସରେ ଏନେଇ ପର୍ଯ୍ୟାଲୋଚନା ଚାଲିଥିବା ରାଜନୈତିକ ମହଲରୁ ଜଣାପଡିଛି।
ସେପଟେ ବିଜେଡ଼ିର ଆଶାତୀତ ସଫଳତା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଧନ୍ୟବାଦ୍ ଦେବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।

Related Posts