ଗମ୍ଭୀର ଏବଂ ଜଘନ୍ୟ ଅପରାଧ ଗୁଡ଼ିକରେ ବୁଝାମଣା ଆଧାରରେ FIR ବନ୍ଦ କରାଯାଇ ପାରିବ ନାହିଁ : ସୁପ୍ରିମକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି ଯେ ଜଘନ୍ୟ ଅପରାଧ ମାମଲା, ଯାହା ବ୍ୟକ୍ତିଗତ ନୁହେଁ ଏବଂ ଯାହାର ସମାଜ ଉପରେ ଗମ୍ଭୀର ପ୍ରଭାବ ପଡିଥାଏ, ସେହି ମାମଲାରେ ଅପରାଧୀ ଏବଂ ଅଭିଯୋଗକାରୀ ବା ପୀଡିତାଙ୍କ ମଧ୍ୟରେ ହୋଇଥିବା ବୁଝାମଣା ଆଧାରରେ ଏଫଆଇଆର ବନ୍ଦ କରାଯାଇ ପାରିବ ନାହିଁ । ସୁପ୍ରିମକୋର୍ଟ କହିଛନ୍ତି ଯେ ଅଭିଯୋଗକାରୀଙ୍କ ସହ ହୋଇଥିବା ବୁଝାମଣା ଆଧାରରେ ଗମ୍ଭୀର ଏବଂ ଜଘନ୍ୟ ଅପରାଧ ସମ୍ବନ୍ଧିତ ଅଭିଯୋଗକୁ ବନ୍ଦ କରିବା ପାଇଁ ଏକ ଆଦେଶ ଏକ ବିପଜ୍ଜନକ ଉଦାହରଣ ଭାବେ କାମ କରିବ ।ଯେଉଁଠାରେ ଅଭିଯୁକ୍ତଙ୍କଠାରୁ ଟଙ୍କା ଲୁଟିବା ପାଇଁ ପରୋକ୍ଷ କାରଣରୁ ଅଭିଯୋଗ ମଧ୍ୟ କରାଯିବ ।

ଏକ ଜାତୀୟ ଗଣମାଧ୍ୟମର ଏକ ଖବର ମୁତାବକ ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଏବଂ ଭି. ରାମସୁବ୍ରମଣ୍ୟନଙ୍କ ଏକ ବେଞ୍ଚ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ଆର୍ଥିକ ଦୃଷ୍ଟିରୁ ଅପରାଧୀମାନେ ମଧ୍ୟ ହତ୍ୟା, ବଳାତ୍କାର, ବଧୂ ହତ୍ୟା ଭଳି ଗମ୍ଭୀର ଅପରାଧ ମାମଲାରେ ସୂଚନା ଦେଉଥିବା କିମ୍ବା ଅଭିଯୋଗକାରୀଙ୍କୁ କିଣିବା ଏବଂ ସେମାନଙ୍କ ସହ ସମାଧାନ କରି ନିର୍ଦ୍ଦୋଷରେ ଖଲାସ ହୋଇଯିବ ।

‘ନିଜ ନିଷ୍ପତ୍ତିରେ ସୁପ୍ରିମକୋର୍ଟ ଗୁଜୁରାଟ ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶକୁ ରଦ୍ଦ କରି ଦେଇଛନ୍ତି । ମାର୍ଚ୍ଚ ୨୦୨୦ ରେ ଆତ୍ମହତ୍ୟା ପାଇଁ ଉସକାଇବା ଭଳି ଦାଖଲ କରିଥିବା ଏଫ୍ଆଇଆର୍ କୁ ବନ୍ଦ କରି ଦେଇଛନ୍ତି । ଅଦାଲତର ପୂର୍ବ ରାୟକୁ ଦର୍ଶାଇ ବେଞ୍ଚ କହିଛନ୍ତି ଯେ ସିଆରପିସି (CrPC) ର ଧାରା ୪୮୨ ଅନୁଯାୟୀ ଏଫଆଇଆର, ଅପରାଧିକ ଅଭିଯୋଗ କିମ୍ବା ଅପରାଧିକ ପ୍ରକ୍ରିୟାକୁ ବନ୍ଦ କରିବା ପାଇଁ ଏହାର କ୍ଷମତା ବ୍ୟବହାର କରିବା ପୂର୍ବରୁ ହାଇକୋର୍ଟ ସଜାଗ ରହିବା ଉଚିତ ଏବଂ ଏହାକୁ ବିଚାର କରାଯିବା ଉଚିତ ।

Related Posts