ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ୩୦ ହଜାର କେଜିରୁ ଅଧିକ ଜବତ ହୋଇଥିବା ଡ୍ରଗ୍ସକୁ ନିଆଁ ଳଗାଇଲା ଏନସିବି




ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ନାର୍କୋଟିକ୍ସ କଣ୍ଟୋଲ ବ୍ୟୁରୋ(ଏନସିବି) ଦ୍ୱାରା ଚଣ୍ଡିଗଡ଼ରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୪ ଟି ସ୍ଥାନରେ ୩୦ ହଜାର କିଲୋଗ୍ରାମରୁ ଅଧିକ ଜବତ ହୋଇଥିବା ଡ୍ରଗ୍ସକୁ ନିଆଁ ଳଗାଇ ନଷ୍ଟ କରାଯାଇଛି। ଅମିତ ଶାହା ଉପସ୍ଥିତ ଥିବା ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ଡ୍ରଗ୍ସ କାରବାର ସମାଜ ପାଇଁ ବିପଦ।ଯେକୌଣସି ସମୃଦ୍ଧ ରାଷ୍ଟ୍ରରେ ଡ୍ରଗ୍ସ କାରବାର ପ୍ରତି ଶୂନ୍ୟ ସହନଶୀଳତା ରହିବା ଉଚିତ। ଡ୍ରଗ୍ଦ କାରବାରକୁ ରୋକିବା ଦ୍ୱାରା ଆମ ଯୁବ ପିଢ଼ିିଙ୍କୁ ସୁରକ୍ଷିତ ରଖାଯାଇ ପାରିବ। ଏନସିବି ଜୁନ ୧ ରୁ ଡ୍ରଗ୍ସ ଜବତ ଅଭିଯାନ ଆରମ୍ଭ କରିଥିଲା। ଏହି ଅଭିଯାନରେ ଜୁଲାଇ ୨୯ ପର୍ଯ୍ୟନ୍ତ ୧୧ ଟି ରାଜ୍ୟରେ ୫୧,୨୧୭ କିଲୋଗ୍ରାମରୁ ଅଧିକ ନିଶା ଦ୍ରବ୍ୟ ଜବତ କରାଯାଇଥିଲା।

ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ସ୍ବାଧିନତାର ଅମୃତ ମହୋତ୍ସବ ପାଳନ କରିବା ଆହ୍ବାନ ଅବସରରେ ଏନସିବି ୭୫ ତମ ସ୍ବାଧୀନତା ଦିବସ ପୂତ୍ତି ଅବସରରେ ୭୫ ହଜାର କିଲୋଗ୍ରାମ ଡ୍ରଗ୍ସ ନଷ୍ଟ କରିବାକୁ ସଂକଳ୍ପ ନେଇଛି। ଶନିବାର ୩୦,୪୬୮.୭୮୪ କିଲୋଗ୍ରାମ ଡ୍ରଗ୍ସ ଜଳାଯିବା ପରେ ଏହି ନିବାରଣ ପରେ ମୋଟ ନଷ୍ଟ ପରିମାଣ ପ୍ରାୟ ୮୧,୬୮୬ କିଲୋଗ୍ରାମରେ ପହଞ୍ଚିବାର ଆଶା ରହିଛି। ଯାହା ଏନସିବିର ଧାର୍ଯ୍ୟ ଲକ୍ଷ୍ୟକୁ ଅତିକ୍ରମ କରିବ ବୋଲି କୁହାଯାଉଛି।

Related Posts