ଏମଟିଏନଏଲ ବିଲ୍ଡିଂରେ ନିଆଁ

ସତ୍ୟପାଠ ବ୍ୟୁରୋ : ମୁମ୍ବାଇ ବାନ୍ଦ୍ରା ସ୍ଥିତ ଏମଟିଏନଏଲ ବିଲ୍ଡିଂରେ ନିଆଁ ଲାଗିଛି । ପାଖାପାଖି ୧୦୦ରୁ ଉଦ୍ଧ୍ୱର୍ ଲୋକ ଏହି ନିଆଁରେ ଫସି ରହିଥିବା ଦେଖିବାକୁ ମିଳିଛି । ୧୪ଟି ଦମକଳ ଗାଡି ଏହି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି ।

ଅଗ୍ନିକାଣ୍ଡ କିଭଳି ଘଟିଲା ତାହା ଏଯାଏଁ ସ୍ପଷ୍ଟ ହୋଇନି । କିନ୍ତୁ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ୩ୟ ଓ ୪ର୍ଥ ମହଲାରେ ନିଆଁ ଲାଗିଛି । କିନ୍ତୁ ଛାତ ଉପରେ ବହୁ ସଂଖ୍ୟାରେ ଲୋକ ସାହାଯ୍ୟ ପାଇଁ ଅପେକ୍ଷା କରି ରହିଛନ୍ତି । କ୍ରେନ ସାହାଯ୍ୟରେ ଲୋକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଜାରୀ ରହିଛି ।

Related Posts