ହାଇକୋର୍ଟରେ ଜଗମୋହନ ମରାମତି ମାମଲାର ଷ୍ଟାଟସ୍ ରିପୋର୍ଟ ଦାଖଲ

ସତ୍ୟପାଠ ବ୍ୟୁରୋ : ପୁରୀ ଶ୍ରୀମନ୍ଦିର ଜଗମୋହନ ମରାମତି ମାମଲାରେ ଆଜି ଆମିକସ୍ କ୍ୟୁରୀ ଷ୍ଟାଟସ୍ ରିପୋର୍ଟ ଦାଖଲ କରିଛନ୍ତି । ହାଇକୋର୍ଟରେ ରିପୋର୍ଟ ଦାଖଲ କରିଛନ୍ତି ଆମିକସ୍ କ୍ୟୁରୀ ଏମ୍ କେ ମହାନ୍ତି ।

ଉତ୍ତର ଦ୍ୱାର ଦେଇ ଭିନ୍ନକ୍ଷମମାନେ ଯା ଆସ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଏଥିରେ ଉଲ୍ଲେଖ କରାଯାଇଛି । ତେବେ ଆସନ୍ତା ୧ ମାସ ଭିତରେ କାମ ସାରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମନ୍ଦିର ଉପରିଭାଗ ତଥା ନୀଳଚକ୍ର ଓ କଳସ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ରିପୋର୍ଟରେ ଦର୍ଶାଯାଇଛି । ନାଟ୍ୟ ମଣ୍ଡପରେ ସେନସର ଲଗାଯାଇଛି । ପ୍ରତିଟି ମୂହୂର୍ତ୍ତକୁ ରେକର୍ଡି କରାଯିବ । ଫନି ସମୟରେ ମନ୍ଦିରରେ ହୋଇଥିବା କ୍ଷୟକ୍ଷତିଗୁଡିକର ମରାମତି ହୋଇଥିବା କୁହାଯାଇଛି । ଆସନ୍ତା ୧୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ହେବ ।

ଅନ୍ୟପଟେ କୋଣାର୍କ ମନ୍ଦିର ସୁରକ୍ଷା ମାମଲାରେ ଆମିକସ୍ କ୍ୟୁରୀ ଭାବେ ଏମ କେ ମହାନ୍ତିଙ୍କୁ ନିଯୁକ୍ତି ଦେଇଛନ୍ତି ହାଇକୋର୍ଟ । କୋଣାର୍କ ଗସ୍ତ କରି ସ୍ଥିତି ସମୀକ୍ଷା କରି ରିପୋର୍ଟ ଦାଖଲ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

Related Posts