ଅଗ୍ନିପଥ ବିବାଦ; ଜୁନ ୧୮ରେ ବିହାର ବନ୍ଦ ଡାକରା ଦେଲା ଆରଜେଡି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସେନାରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ସାରା ଦେଶରେ ବିରୋଧ କରାଯାଉଛି । ବିଶେଷ କରି ବିହାରରେ ପ୍ରଦର୍ଶନ ଉଗ୍ର ରୂପ ନେଇଛି । ଏହି ଯୋଜନା ଅବିଳମ୍ବେ ପ୍ରତ୍ୟାହାର କରିବାକୁ ବିହାରର ଅନେକ ଛାତ୍ର ସଂଗଠନ ଦାବି କରିଛନ୍ତି । ଏଥିସହ ମୋଦୀ ସରକାରଙ୍କୁ ୭୨ ଘଣ୍ଟାର ମହଲତ ଦେଇ କୁହାଯାଇଛି ଯେ, ଯଦି ଜାତୀୟ ସୁରକ୍ଷା ପ୍ରତି ସାଲିସ୍ ଏବଂ ଯୁବକଙ୍କୁ ପରିହାସ କରାଯାଉଥିବା ଏହି ଯୋଜନା ପ୍ରତ୍ୟାହାର କରାନଯାଏ ଜୁନ ୧୮ରେ ବିହାର ବନ୍ଦ ଡାକରା ଦିଆଯିବ । ପୁଣି ଭାରତ ବନ୍ଦ କରାଯିବ । ଲାଲୁ ପ୍ରସାଦ ଯାଦବଙ୍କ ଦଳ ଆରଜଡେି ଜୁନ ୧୮ରେ ବିହାର ବନ୍ଦ ଡାକରା ଦେଇଛି ।

ବିହାରର ଛାତ୍ର ଯୁବ ନେତା କହିଛନ୍ତି, ଏହି ଯୋଜନା ଯୁବ ପିଢିଙ୍କ ପାଇଁ ଏକ କ୍ରୁର ଉପହାସ । ଏପରିକି ଏହା ଦେଶର ଜାତୀୟ ସୁରକ୍ଷା ପ୍ରତି ଏକ ପ୍ରକାରର ସାଲିସ୍ । ସେନାର ପୂରା ସରଞ୍ଚନାକୁ ଧ୍ୱସ୍ତ ବିଧ୍ୱସ୍ତ କରୁଥିବା ଏହି ଯୋଜନାକୁ ଦେଶ କଦାପି ସ୍ୱୀକାର କରିବ ନାହିଁ । ସେନାର ଅବସରପ୍ରାପ୍ତ ଅନେକ ଅଧିକାରୀ ମଧ୍ୟ ଖୋଲାଖୋଲି ଅଗ୍ନିପଥ ଯୋଜନାର ବିରୋଧ କରୁଛନ୍ତି । ଭାରତୀୟ ସେନାର ନୂଆ ନିଯୁକ୍ତି ଯୋଜନା ‘ଅଗ୍ନିପଥ’କୁ ନେଇ ସାରା ଦେଶରେ ଯୁବକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଯାଇଛି । ୟୁପି ଓ ବିହାର ସମେତ ବିଭିନ୍ନ ରାଜ୍ୟରେ ଯୋଜନାକୁ ବିରୋଧ କରାଯାଉଥିବା ବେଳେ ଏହାର ପ୍ରଭାବ ରେଳବାଇଙ୍କ ଉପରେ ପଡିଛି। ଲୋକେ ଟ୍ରେନ ଭଙ୍ଗାରୁଜା କରିବା ସହ ଜଳାପୋଡା କରୁଛନ୍ତି।

Related Posts