କଳ୍ପନା ଛକରେ ନିଆଁ: ଜଳିଗଲା ୧୨ଟି ଫଳ ଦୋକାନ

ଗତକାଲି ବିଳମ୍ବିତ ରାତିରେ ରାଜଧାନୀର କଳ୍ପନା ଛକରେ ଥିବାଫଳ ମାର୍କେରେ ନିଆଁଲାଗିଯିବାରୁ ଲକ୍ଷାଧିକ ଟଙ୍କାର ଫଳ ନଷ୍ଟ ହୋଇଯାଇଛି । ଖବର ପାଇ ଦମକଳ ବାହିନୀ ପହଞ୍ଚି ଦୀର୍ଘ ସମୟର ପ୍ରଚେଷ୍ଠା ପରେ ନିଆଁକୁ ଆୟତ କରିଥିଲା । ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇନଥିଲେବି ସର୍ଟ ସର୍କିଟ ଯୋଗୁ ଏଭଳି ଅଗ୍ନିକାଣ୍ଡ ଘଟି ଥାଇପାରେ ଦୋକାନ କରିଥିବା ଫଳ ବ୍ବସାୟୀ ମାନେ କହିଛନ୍ତି । ଏହି ଅଗ୍ନିକାଣ୍ଡରେ ୨୦ଟି ଫଳ ଦୋକାନ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି ।

ସୂଚନାଯୋଗ୍ୟ ଯେ, ଗୁରୁବାର ରାତି ପ୍ରାୟ ୧୨.୩୦ ସମୟରେ ହଠାତ୍‌ ଦୋକାନରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ନିଆଁ ପାଖରେ ଥିବା ସମସ୍ତ ଦୋକାନକୁ ନିଆଁ ବ୍ୟାପିଯାଇଥିଲା । ଗୋଟିଏ ପରେ ଗୋଟିଏ ଦୋକାନ ହୋଇ ୧୨ଟି ଦୋକାନ ପୋଡି ଯାଇଛି। ସ୍ଥାନୀୟ ଦୋକାନୀମାନେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିପାରିନଥିଲେ ।

ଅଗ୍ନିକାଣ୍ଡର ଖବର ପାଇଁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁକୁ ଆୟତ୍ତ କରିବା ପାଇଁ ପ୍ରାୟ ଦେଢ ଘଣ୍ଟା ସମୟ ଲାଗିଥିଲା । ତେବେ ପ୍ରାରମ୍ଭିକ ଆକଳନ ଅନୁସାରେ ପ୍ରାୟ ୩ଲକ୍ଷ ଟଙ୍କା ସମ୍ପିତ୍ତ ପୋଡି ପାଉଁଶ ହୋଇଯାଇଛି ।

Related Posts