ପୁରୀ ଜିଲ୍କା ଗୋପ ବ୍ଲକର ନୋରଡ଼ ଗାଁରେ ଅଗ୍ନିକାଣ୍ଡ: ୭ ଗାଈ ଜୀବନ୍ତ ଦଗ୍ଧ

କୋଣାର୍କ : ପୁରୀ ଜିଲ୍କା ଗୋପ ବ୍ଲକର ନୋରଡ଼ ଗାଁରେ ଅଗ୍ନିକାଣ୍ଡ ଘଟିଛି । ଫଳରେ ୭ ଗାଈ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।

ସୂଚନା ଅନୁସାରେ ନୋରଡ଼ ଗ୍ରାମର ଗିଗାମ୍ବର ମାଲିକ ଗୁହାଳରେ ପ୍ରତ୍ୟକ ଦିନ ପରି ରାତିରେ ଧୂଆଁ ଦେଇ ଘରକୁ ପଳେଇ ଆସିଥିଲେ । ପରେ ଗୁହାଳରେ ନିଆଁ ଲାଗିଯାଇଥିଲା ।

ସ୍ଥିତି ଏମିତି ହୋଇଥିଲା ଯେ, ନିଆଁକୁ ଆୟତ୍ତ କରିପାରିନଥିଲେ ଗ୍ରାମବାସୀ । ଗୁହାଳରେ ବନ୍ଧା ହୋଇଥିବା ୭ଟି ଗାଇ ନିଆଁରେ ପୋଡି ଜୀବନ୍ତ ଦଗ୍ଧ ହୋଇଯିବା ସହ ଗୁହାଳଟି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଛି ।

Related Posts