ପରିସ୍ରା ଯିବା ବାହାନାରେ କୋର୍ଟ ପରିସରରୁ ପୁଲିସକୁ ଚକମା ଦେଇ ଫେରାର ହୋଇଗଲା ଅଭିଯୁକ୍ତ

ସମ୍ବଲପୁର : ସମ୍ବଲପୁର କୋର୍ଟ ପରିସରରୁ ଚଂପଟ ମାରିଲା ଅଭିଯୁକ୍ତ । ପରିସ୍ରା ଯିବା ବାହାନାରେ ପୋଲିସ ଆଖିରେ ଚକମା ଦେଇ କୋର୍ଟ ପରିସରରୁ ଫେରାର ହୋଇଯାଇଛି ଅଭିଯୁକ୍ତ।ଏଭଳି ଘଟଣା ଘଟିଛି ଅଭିଯୁକ୍ତ ଜଣଙ୍କ ହେଲେ ସୁନିଲ ନାୟକ।

ମିଳିଥିବା ସୂଚନାଅନୁସାରେ, କତରବଗା ଥାନା ଅଞ୍ଚଳରେ ବାଇକ୍ ଚୋରି ଘଟଣାରେ ଗତକାଲି ସଂଧ୍ୟାରେ ରେଙ୍ଗାଲି ଥାନା ଅଞ୍ଚଳର ସୁନିଲକୁ ପୁଲିସ ଗିରଫ କରି କୋର୍ଟରେ ହାଜର କରିବା ପାଇଁ ଆଣିଥିଲା। ଏହି ସମୟରେ ଅଭିଯୁକ୍ତ ଜଣଙ୍କ ପରିସ୍ରା ଯିବାକୁ ପୁଲିସକୁ କହିଥିଲା। ପରେ ପରିସ୍ରା କରିବା ବାହାନରେ ଅନ୍ଧାରର ସୁଯୋଗ ନେଇ ସେଠାରୁ ଚମ୍ପଟ ମାରିଥିଲା। ଏହା ପରେ ସାଙ୍ଗରେ ଆସିଥିବା ପୁଲିସ କର୍ମଚାରୀ ଓ ପରେ ଟାଉନ ଥାନା ପୁଲିସ ସୁନିଲକୁ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇ ନଥିଲେ। ପୁଲିସ ବିଭିନ୍ନ ଟ୍ରାଫିକ ପୋଷ୍ଟରେ ନାକା ବନ୍ଦୀ ଖୋଜାଖୋଜି କରୁଛି।

Related Posts