ପ୍ରଥମେ ସିବିଆଇ ଖାଲି ହାତରେ ଫେରିଲା, ଏବେ ଇଡିକୁ ମଧ୍ୟ କିଛି ମିଳିବନି : ମନୀଷ ସିସୋଦିଆ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ମଙ୍ଗଳବାର ୩୦ରୁ ଅଧିକ ସ୍ଥାନରେ ଇଡ଼ିର ରେଡ୍ ଜାରି ରହିଛିି । ଗୁରୁଗ୍ରାମରୁ ନେଇ ହାଇଦ୍ରାବାଦ, ଲକ୍ଷ୍ନୌ ଓ ମୁମ୍ବାଇ ଆଦି ସ୍ଥାନରେ ବି ଚଢାଉ ଜାରି ରଖିଛି ଇଡ଼ି । ଏହା ପୂର୍ବରୁ ଏହି ମାମଲାରେ ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଘରେ ମଧ୍ୟ ସିବିଆଇ ରେଡ୍ କରିଥିଲା। ତେବେ ସିବିଆଇ ପରେ ଇଡି ରେଡ୍ ଘଟଣାରେ ମନିଷ ସିସୋଦିଆ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ପ୍ରଥମେ ସିବିଆଇ ରେଡ୍ କଲା ଖାଲି ହାତରେ ଫେରିଲା ।ଆଉ ଏବେ ଇଡି ରେଡ୍ କରୁଛି ତାଙ୍କୁ ମଧ୍ୟ କିଛି ମିଳିବନି। ତେବେ ଆଜି ମନୀଷ ସିସୋଦିଆଙ୍କ ଘରେ ଇଡି ପକ୍ଷରୁ କୌଣସି ରେଡ୍ କରାଯାଇନାହିଁ।

ସୂଚନା ଅନୁସାରେ, ଇଡ଼ି ପକ୍ଷରୁ ଇଣ୍ଡୋସ୍ପରିଟ୍ସର ଏମଡ଼ି ସମୀର ମହେନ୍ଦ୍ରଙ୍କ ଘରେ ଇଡ଼ି ପକ୍ଷରୁ ଚଢାଉ ହୋଇଛି । ରାଧା ଇଣ୍ଡିଷ୍ଟ୍ରୀକୁ ୧କୋଟି ଟଙ୍କା ଟ୍ରାନ୍ସଫର କରି ସିବିଆଇ ସ୍କାନରକୁ ଚାଲିଆସିଥିଲେ ସମୀର । ମଙ୍ଗଳବାର ସକାଳୁ ସମୀରଙ୍କ ଘରେ ପଶି ଇଡ଼ି ତନାଘନା କରିବା ସହିତ ଜଣଙ୍କୁ ଉଠାଇ ନେଇଥିଲେ । ଦିଲ୍ଲୀରେ ମଦ ନୀତିକୁ ନେଇ ବିଜେପି ଓ ଆପ୍ ମଧ୍ୟରେ ଦିନକୁ ଦିନ ବିବାଦ ଅଧିକ ତେଜିବାରେ ଲାଗିଛି । ଗୋଟିଏ ପଟେ ନୂଆ ମଦ ନୀତିରେ ଆପ୍ ବହୁ ଟଙ୍କା ରୋଜଗାର କରିଥିବା ବିଜେପି କହୁଥିବା ବେଳେ ଏହି ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛି ଆମ ଆଦମୀ ପାର୍ଟି ।

Related Posts