ଆମେରିକା ଇତିହାସରେ ପ୍ରଥମ: ଜଣେ ସମଲିଙ୍ଗୀ ଗଭର୍ଣ୍ଣର ନିଯୁକ୍ତ

ଓ୍ବାଶିଂଟନ୍ : ଆମେରିକାରେ ଇତିହାସ ରଚିଲେ ଜଣେ ସମଲିଙ୍ଗୀ । ପ୍ରଥମ ଥର ପାଇଁ ଜଣେ ସମଲିଙ୍ଗୀ ଗଭର୍ଣ୍ଣର ନିଯୁକ୍ତ ହୋଇଛନ୍ତି। ମଙ୍ଗଳବାର ହୋଇଥିବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଦେଶର ପ୍ରଥମ ସ୍ବଘୋଷିତ ଲେସବିଆନ ଗଭର୍ଣ୍ଣର ବିଜୟ ହାସଲ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ଡେମୋକ୍ରାଟିକ୍‌ର ମୋରା ହିଲି, ରିପବ୍ଲିକାନ୍‌ର ଜ୍ୟୋକ ଡାଇହଲଙ୍କୁ ହରାଇଛନ୍ତି। ଯାହାଙ୍କୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟ ସମର୍ଥନ ରହିଥିଲା। ମୋରା ହିଲିଙ୍କୁ ମାସାଚୁସଟସ୍‌ର ଗଭର୍ଣ୍ଣର ନିଯୁକ୍ତ କରାଯାଇଛି। ପ୍ରଥମଥର ସମଲିଙ୍ଗୀ ଆଶାୟୀଙ୍କ ଭାବରେ ନିର୍ବାଚନକୁ ଓହ୍ଲାଇଥିଲେ ମୋରା ହିଲି।

ନିର୍ବାଚନ ଅଭିଯାନ ସମୟରେ ହିଲି ନିଯୁକ୍ତି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ବିସ୍ତାର କରିବା, ପିଲାଙ୍କ ଯତ୍ନକୁ ଅଧିକ ସୁଲଭ କରିବା ଏବଂ ସ୍କୁଲକୁ ଆଧୁନିକୀକରଣ କରିବାର ସଙ୍କଳ୍ପ ନେଇଥିଲେ। ହିଲି ଏହା ମଧ୍ୟ କହିଥିଲେ ଯେ, ତାଙ୍କ ସରକାର ସୁରକ୍ଷିତ ଏବଂ ଆଇନ ଅନୁଯାୟୀ ଗର୍ଭପାତ କରିବା ଉପରେ କାମ କରିବେ ବୋଲି କହିଥିଲେ।

ସୂଚନାଯୋଗ୍ୟ, ମାସାଚୁସେଟ୍‌ସରେ ଆଠ ବର୍ଷର ଅପେକ୍ଷା ପରେ ରାଜ୍ୟରେ ଡେମାକ୍ରାଟ୍ ଗଭର୍ଣ୍ଣର ନିଯୁକ୍ତ ହୋଇଛନ୍ତି। ରିପବ୍ଲିକାନ୍ ପାର୍ଟୀର ଲୋକପ୍ରିୟ ଗଭର୍ଣ୍ଣର ଚାର୍ଲି ବେକରଙ୍କ ପୁନଶ୍ଚ ନିର୍ବାଚନ ନ ଲଢ଼ିବା ନିର୍ଣ୍ଣୟ ପରେ ଲୋକେ ହିଲିକୁ ବାଛିଥିଲେ। ହିଲି ନିଯୁକ୍ତି ସହ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗ ଉଠାଇଥିଲେ, ଯାହା ଯୁବ ଭୋଟର୍ସଙ୍କୁ ଖୁବ୍ ପ୍ରଭାବିତ କରିଥିଲା ।

Related Posts