କୋଲକତା : କୋଲକାତାର ଆଇନ ମହାବିଦ୍ୟାଳୟରୁ ଆସିଛି ଏକ ସମ୍ବେଦନଶୀଳ ମାମଲା । ଏଠାରେ ଅଧ୍ୟୟନ କରୁଥିବା ପ୍ରଥମ ବର୍ଷର ଛାତ୍ରଙ୍କୁ ରାଗିଂ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ତୃଣମୂଳ କଂଗ୍ରେସ ଛାତ୍ର ପରିଷଦ (ଟିଏମସିପି)ରେ ଯୋଗ ନ ଦେବାରୁ ତାଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି।
କଲେଜ ମ୍ୟାନେଜମେଣ୍ଟକୁ ଏ ସମ୍ପର୍କରେ ଜଣାଇଥିବାରୁ ସମ୍ପୃକ୍ତ ଛାତ୍ର ଏବଂ ତାଙ୍କ ପିତାଙ୍କୁ ମାଡ ଦିଆଯାଇଥିଲା। ବର୍ତ୍ତମାନ ସେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି। ଏଥି ସହ କଲେଜ ମ୍ୟାନେଜମେଣ୍ଟ କହିଛି, ଘଟଣାର ତଦନ୍ତ କରାଯାଉଛି। ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଛାତ୍ର ଜଣକ କହିଛନ୍ତି, ପୋଲିସ କର୍ମଚାରୀମାନେ ଆପୋଷ ବୁଝାମଣା କରିବାକୁ ଚାପ ପକାଉଛନ୍ତି। ଟିଏମସିପି ଦ୍ୱାରା ଆୟୋଜିତ ପିକନିକ ପାଇଁ ତାଙ୍କୁ ୪୦୦-୫୦୦ ଟଙ୍କା ମାଗିଥିଲେ। ଛାତ୍ର ପିକନିକକୁ ଯାଇ ଅନ୍ୟ କୌଣସି ପାର୍ଟି କାର୍ଯ୍ୟକଳାପରେ ଭାଗ ନେବାକୁ ମନା କରିଦେଇଥିଲେ। ଏହା ପରେ ତାଙ୍କୁ ୟୁନିଅନ କୋଠରୀକୁ ଡକାଯାଇଥିଲା। ସେଠାରେ ଟିଏମସିପି ସମର୍ଥକମାନେ ଛାତ୍ରଙ୍କ କେଶ ଟାଣି ତାଙ୍କୁ ଆକ୍ରମଣ କରିଥିଲେ। ଟିଏମସିପିରେ ଯୋଗଦେବାକୁ ଚାହୁଁ ନ ଥିବାରୁ ତାଙ୍କ ସହ ଏହା କରାଯାଇଥିବା ସେ ଅଭିଯୋଗ କରିଛନ୍ତି ।