ସୁରଟରେ ଓଡିଆ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ; ନ୍ୟାୟ ଦାବିରେ ପ୍ରବାସୀ ଓଡିଆଙ୍କ ବିକ୍ଷୋଭ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସୁରଟରେ ଓଡିଆ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ । ବନ୍ଦ ଘରୁ ଉଦ୍ଧାର ହୋଇଛି ଅଖାରେ ବନ୍ଧା ହୋଇଥିବା ମୃତଦେହ । ଅଭିଯୁକ୍ତକୁ ଅଟକ ରଖି ପଚରାଉଚୁରା ଜାରି ରଖିଛି ପୋଲିସ । ଅନ୍ୟପଟେ ନାବାଳିକାଙ୍କ ପରିବାରକୁ ନ୍ୟାୟ ଦାବିରେ ବିକ୍ଷୋଭ ସହ ରାସ୍ତାରୋକ କରିଛନ୍ତି ପ୍ରବାସୀ ଓଡିଆ ।

ସୂଚନା ମୁତାବକ, ଅଭିଯୁକ୍ତ ପୂର୍ବରୁ ଏକ ମାମଲାରେ ୧୧ ବର୍ଷ ଦଣ୍ଡ ପାଇସାରିଛି । ଏହାସହ ସେ ପେସାଦାର ଅଭିଯୁକ୍ତ ବୋଲି ଜଣାପଡିଛି । ତେବେ ଗଞ୍ଜାମ ଜଗନ୍ନାଥ ପ୍ରସାଦ ଅଞ୍ଚଳର ଏକ ଓଡିଆ ପରିବାର ସୁରତର ତିରୁପତି ସୋସାଇଟିରେ ରହୁଥିଲେ । ବାପା, ମା’ ଓ କୁନି ଝିଅକୁ ନେଇ ରହୁଥିଲା ତାଙ୍କ ପରିବାର । ବାପା ଏକ ଘରୋଇ କମ୍ପାନୀରେ କାମ କରନ୍ତି । ଗତକାଲି ସାନଝିଅ ନିଖୋଜ ହୋଇଯିବା ନେଇ ପୋଲିସରେ ମାମଲା ଦାଏର ହୋଇଥିଲା । ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିବା ବେଳେ ପ୍ରତି ଘରକୁ ଯାଞ୍ଚ କରିଥିଲା । କିନ୍ତୁ ଗୋଟିଏ ଘର ବନ୍ଦ ଥିବା ଦେଖି ସେହି ଘର ମାଲିକଙ୍କୁ ଫୋନ୍ କରିଥିଲା । ହେଲେ ଘର ମାଲିକ ଫୋନ୍ ଗ୍ରହଣ ନକରିବାରୁ ଘର ଭାଙ୍ଗି ପଶିଥିଲା ପୋଲିସ । ଏହାର ଏକ ରୁମର ଖଟ ତଳେ ଅଖାରେ କିଛି ବନ୍ଧା ହୋଇ ରହିଥିବା ଦେଖିବାକୁ ମିଳିଥିଲା । ଏହା ଭିତରେ ନାବାଳିକାର ମୃତଦେହ ଥିବା ଦେଖିବକୁ ମିଳିଥିଲା ।

Related Posts