ପୁଣି ବନ୍ଦ ହେଲା ହୀରାକୁଦର ଗେଟ

ସତ୍ୟପାଠ ବ୍ୟୁରୋ : ବର୍ଷା କମିଲା । ଚିନ୍ତା ଟଳିଲା । ଉପର ମୁଣ୍ଡରୁ ସଙ୍କଟ ଟଳିବା ପରେ ଆଜି ହୀରାକୁଦର ପୁଣି ୫ଟି ଗେଟକୁ ବନ୍ଦ କରି ଦିଆଯାଇଛି । ଫଳରେ ଏବେ ମାତ୍ର ୫ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି ।

ଗତକାଲି ୨୦ଟି ଗେଟରୁ ୧୦ଟିକୁ ବନ୍ଦ କରି ଦିଆଯାଇଥିଲା । ଏହାପରେ ଆଜି ଆଉ ୫ଟିକୁ ବନ୍ଦ କରି ଦିଆଯାଇଛି । ସେପଟେ ହୀରାକୁଦରୁ ନିଷ୍କାସିତ ବନ୍ୟାଜଳ ଆଜି ମୁଣ୍ଡୁଳିରେ ପହଂଚିବ । ତେବେ ବଡଧରଣର ବନ୍ୟାର କୌଣସି ଆଶଙ୍କା ନଥିବା ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି ।

Related Posts