ଆକାଶମାର୍ଗରୁ ବନ୍ୟାଞ୍ଚଳ ଦେଖିଲେ ଧର୍ମେନ୍ଦ୍ର

ସତ୍ୟପାଠ ବ୍ୟୁରୋ : ଆକାଶମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି ଦେଖିବା ସହ ସମୀକ୍ଷା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ସହ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଓ ବଲାଙ୍ଗୀର ସାଂସଦ ସଙ୍ଗୀତା ସିଂଦେଓ ବି ଉପସ୍ଥିତ ଥିଲେ । କଳାହାଣ୍ଡି, ବୌଦ୍ଦ, ବଲାଙ୍ଗୀର ଓ ସୋନପୁର ପ୍ରଭୃତି ଜିଲ୍ଲାରେ ଆକାଶମାର୍ଗରୁ ବନ୍ୟାଞ୍ଚଳ ବୁଲି ଦେଖିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଲଘୁଚାପ ଜନିତ ବର୍ଷା ଯୋଗୁଁ ବଲାଙ୍ଗୀରରେ ବନ୍ୟା ସ୍ଥିତି ଉପୁଜିଥିଲା । ବର୍ତ୍ତମାନ ବଲାଙ୍ଗିରରେ ୫୬ଟି କ୍ୟାମ୍ପରେ ୧୯ ହଜାର ଲୋକଙ୍କୁ ରଖାଯାଇଛି, ସୁବର୍ଣ୍ଣପୁରରେ ୩,୯୦୦ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯାଉଛି ବୋଲି ଯୁଗ୍ମ ରିଲିଫ କମିଶନର ସୂଚନା ଦେଇଛନ୍ତି ।

Related Posts