କାର ଉପରେ ଡମ୍ପର ମାଡ଼ିଯିବାରୁ ୫ ଜଣଙ୍କର ମୃତ୍ୟୁ: ଉତ୍ତରପ୍ରଦେଶରେ ଘଟିଛି ଏହି ଭୟଂକର ଦୁର୍ଘଟଣା

ରାଏବରେଲି: ଉତ୍ତରପ୍ରଦେଶର ରାଏବରେଲି ଜିଲ୍ଲାର ଘଟିଛି ଏକ ଭୟଂକର ସଡ଼କ ଦୁର୍ଘଟଣା । କାର ଉପରେ ଡମ୍ପର ମାଡ଼ି ଯାଇଛି । ଫଳରେ ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି।

ଭାଦୋଦର ପୁଲିସ ଷ୍ଟେସନ ଅଧୀନ ରାଏବରେଲି-ପ୍ରୟାଗରାଜ ୩୦ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି। ଡମ୍ପରଟି କୋଇଲା ଗୁଣ୍ଡ ଭିର୍ତ୍ତି ହୋଇଥିବା ବେଳେ ଏହା ଏକ କାର ଉପରେ ମାଡ଼ିଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପହଞ୍ଚିଥିଲା। ଡମ୍ପର ମାଡ଼ରେ ଫସିଥିବା ଲୋକଙ୍କୁ ଉଦ୍ଧାର ପୁଲିସ ଚେଷ୍ଟା କରିଥିଲା। କିନ୍ତୁ ସେମାନେ କାହାରି ଜୀବନ ବଞ୍ଚାଇପାରି ନଥିଲେ।

ମୃତକମାନେ ହେଲେ ରାକେଶ ଅଗ୍ରୱାଲ(୪୫), ସୋନମ ଅଗ୍ରୱାଲ(୩୫)ରୁଚିକା ଅଗ୍ରୱାଲ(୩୫) ଏବଂ ୨ ଜଣ ଶିଶୁ ରୈସା(୯) ରିୟାନ୍(୬)। ଉକ୍ତ କାର ଭିତରୁ ଜଣେ ୧୧ ବର୍ଷର ପିଲାଙ୍କୁ ଗୁରୁତର ଭାବେ ଉଦ୍ଧାର କାରାଯାଇଛି।

ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଛି। ଏକ ରେଷ୍ଟୁରାଣ୍ଟରେ ଡିନର ସାରି ଏହି ପରିବାର ଘରକୁ ଫେରୁଥିଲେ। କିନ୍ତୁ ବାଟରେ ଏହି ଦୁର୍ଘଟଣା ଘଟିଥିଲା। କୋଇଲା ଗୁଣ୍ଡରେ ଚାପି ହୋଇଯାଇଥିବାରୁ ଜେସିବି ମାଧ୍ୟମରେ ଉଦ୍ଧାର କରାଯାଇଥିଲା। ରାଏବରେଲିର ମୁଖ୍ୟ ଚିକିତ୍ସାଧୀକାରୀ ବିରେନ୍ଦ୍ର ସିହଂ ଏହି ସୂଚନା ଦେଇଛନ୍ତି। ଟ୍ରକଟି କାରକୁ ଓଭରଟେକ କରିବା ପାଇଁ ପ୍ରୟାସ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

Related Posts