ବରଗଡ଼ର ୫ଟି ସ୍ଥାନରେ GST ବିଭାଗ ପକ୍ଷରୁ ଚଢ଼ାଉ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବରଗଡ଼ର ୫ଟି ସ୍ଥାନରେ GST ବିଭାଗ ପକ୍ଷରୁ ଚଢ଼ାଉ । ସଦର ଥାନା ଅନ୍ତର୍ଗତ ଚକରକେନ୍ଦ ସ୍ଥିତ ବାଲ ଗୋପାଲ ଫୁଡ଼ ପ୍ରଡକ୍ଟସ, ଦେଓସର୍ବାଲି ଅଏଲ ମିଲ, ବୈଷ୍ନୌ ଦେବୀ ଅଏଲ ମିଲ, ଗୋବିନ୍ଦପୁର ସ୍ଥିତ ଈଜଗଉ ଅଏଲ ମିଲ ଓ ବରଗଡ଼ ଟାଉନ ଥାନା ଅନ୍ତର୍ଗତ ନାଗେନ ପାଲି ସ୍ଥିତ ଶ୍ରୀ କ୍ରିଷ୍ଣା ଶଲଭେଣ୍ଟ ଅଏଲ ମିଲରେ ଚଢାଉଜାରି ରହିଛି ।

ତେବେ GST ର ପାଞ୍ଚୋଟି ଟିମ ବରଗଡ଼ ଜିଲ୍ଲାରେ ଠକେଇ ଅଭିଯୋଗରେ ଚଢ଼ାଉ ଜାରି ରଖିଛନ୍ତି । ଏଥିରେ ସମ୍ବଲପୁର, ଝାରସୁଗୁଡା ସହ ବରଗଡ଼ର ଦୁଇଟି ଟିମ ସାମିଲ ଅଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।

Related Posts