ବେହାଲ କଲା ବର୍ଷା, ଧୋଇଗଲା ପୋଲ 

ସତ୍ୟପାଠ ବ୍ୟୁରୋ : ଲଗାଣ ବର୍ଷାରେ ବେହାଲ ହୋଇଛି ରାୟଗଡା । ଆନ୍ଧ୍ର- ଓଡିଶା ଉପକୂଳରେ ସୃଷ୍ଟ ଲଘୁଚାପର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଥିବା ବେଳେ ରାୟଗଡାରେ ବିଷମ ସ୍ଥିତି ଦେଖିବାକୁ ମିଳିଛି । ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଥିବା ବେଳେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

ରାୟଗଡାରେ ପ୍ରବାହିତ କଲ୍ୟାଣୀ ନଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ପ୍ରଖର ଜଳସ୍ରୋତରେ ନଦୀ ଉପରେ ଥିବା ଏକ ଅସ୍ଥାୟୀ ପୋଲ ଭାସି ଯାଇଛି । ପୋଲ ଉପରେ ପ୍ରାୟ ୪ଫୁଟର ନଦୀ ଜଳ ପ୍ରବାହିତ ହେଉଛି । ଫଳରେ ୬ଟି ପଂଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି । ଏହାଦ୍ୱାରା  ପ୍ରାୟ ୨୦ହଜାରରୁ ଉଦ୍ଧ୍ୱର୍ ଲୋକେ ପ୍ରଭାବିତ ହୋଇଛନ୍ତି । ବିପନ୍ନଙ୍କ ପାଖରେ ପହଂଚିବା ପାଇଁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିବା ସୂଚନା ମିଳିଛି ।

 

 

Related Posts