ଓଏଏସ୍ ଅଫିସର ସ୍ତରରେ ବଡ ଧରଣର ଅଦଳବଦଳ

ସତ୍ୟପାଠ ବ୍ୟୁରୋ : ରାଜ୍ୟ ସରକାର ଆଜି ଓଏଏସ୍ ଅଫିସର ସ୍ତରରେ  ବଡଧରଣର ଅଦଳବଦଳ କରିଛନ୍ତି।  ଏହି ବଦଳିରେ ଚକବନ୍ଦୀ କମିଶନର ଅଶୋକ କୁମାର ନାୟକଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି। ସେହିପରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସ୍ବତନ୍ତ୍ର ସଚିବ ଅବସ୍ଥାପିତ ଶରତ ଚନ୍ଦ୍ର ମିଶ୍ରଙ୍କୁ ଚକବନ୍ଦୀ କମିଶନର ଭାବେ ଅବସ୍ଥାପିତ କରାଯାଇଛି।

ଆୟୁଷ ନିର୍ଦ୍ଦେଶକ ଅଶ୍ବିନୀ କୁମାର ମିଶ୍ରଙ୍କୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ବଦଳି ହୋଇଥିବା ବେଳେ ଓସଡମା  ଜିଏମ୍ ତଥା ପୂର୍ତ୍ତ ବିଭାଗ ଅତିରିକ୍ତ ସଚିବ ଭାରତୀ ହରିଚନ୍ଦନ ଏସଏସଇପିଡିର ନିର୍ଦ୍ଦେଶକ ଭାବେ ବଦଳି ହୋଇଛନ୍ତି।  ଭଦ୍ରକ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ  ମଧୁସୂଦନ ମିଶ୍ରଙ୍କୁ ମାର୍କଫେଡର ଏମଡି ଭାବେ ଅବସ୍ଥାପିତ କରାଯାଇଛି। ଅତିରିକ୍ତ ବିଏମସି   କମିଶନର ରାଜେନ୍ଦ୍ର କୁମାର ପଟ୍ଟନାୟକଙ୍କୁ ଜଳ ସମ୍ପଦ ବିଭାଗ ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ଜଳ ସମ୍ପଦ ବିଭାଗର ଯୁଗ୍ମ ସଚିବ ଅବନୀକାନ୍ତ ପଟ୍ଟନାୟକଙ୍କୁ  ବିଏମସି ଯୁଗ୍ମ କମିଶନର ଭାବେ ବଦଳି କରାଯାଇଛି।

ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲର ପ୍ରଶାସନିକ ଅଧିକାରୀ ସୁଦାମ ଚରଣ ମଣ୍ଡଳଙ୍କୁ ବ୍ରହ୍ମପୁର ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ  ଓଏମଏସଏ (ଆରଏମଏସଏ) ର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଡା. ଚିତ୍ରସେନ ପଶାୟତଙ୍କୁ ଯୋଜନା ଓ ସମନ୍ବୟ ବିଭାଗର ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସମବାୟ ବିଭାଗର ଯୁଗ୍ମ ସଚିବ ବିମଳେନ୍ଦୁ ରାୟ  ପୂର୍ତ୍ତ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଛନ୍ତି।  ମାର୍କଫେଡର ଏମଡି ପ୍ରତାପ କୁମାର ମିଶ୍ର  କୃଷି ଓ ମତ୍ସ୍ୟ ସମ୍ପଦ ବିଭାଗର ଯୁଗ୍ମ ସଚିବ ଓ ପୂର୍ବତନ ବିରୋଧୀ ଦଳ ନେତାଙ୍କ ବ୍ୟକ୍ତିଗତ ସଚିବ ସୁରେନ୍ଦ୍ର କୁମାର ପଣ୍ଡା ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଭାବେ ବଦଳି ହୋଇଛନ୍ତି।

ସୁନ୍ଦରଗଡ ଜିଲ୍ଲା ବଣେଇ ଉପଖଣ୍ଡର ସବ୍ କଲେକ୍ଟର ପ୍ରବୀର କୁମାର ନାୟକଙ୍କୁ କୋରାପୁଟ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି। ଗୃହ ବିଭାଗର ଯୁଗ୍ମ ସଚିବ ରାମଚନ୍ଦ୍ର ଜେନାଙ୍କୁ ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଢେଙ୍କାନାଳର ଅତିରିକ୍ତ ଜିଲ୍ଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କୁ ଭଦ୍ରକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ  ଢେଙ୍କାନାଳ ଜିଲ୍ଲା ହିନ୍ଦୋଳର ସବକଲେକ୍ଟର ଭବେଶ କୁମାର ନାୟକ ଢେଙ୍କାନାଳ ଏଡିଏମ ଭାବେ ଅବସ୍ଥାପିତ ହୋଇଛନ୍ତି।

ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡର ସବ୍ କଲେକ୍ଟର ସୁବାସ ଚନ୍ଦ୍ର ରାୟଙ୍କୁ ନୟାଗଡ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି। ଏହି ପଦବୀରେ ଅବସ୍ଥାପିତ ଅନାମ ଚରଣ ପାତ୍ର ବରଗଡ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଛନ୍ତି। ସେହିପରି ନବରଙ୍ଗପୁର ସବ୍ କଲେକ୍ଟର କରୁଣାକର ରାଇକାଙ୍କୁ ରାୟଗଡ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପିଡି ଭାବେ ବଦଳି କରାଯାଇଛି। ରାଉରକେଲା ତହସିଲଦାର ବିଶ୍ବରଞ୍ଜନ ରଥଙ୍କୁ ବଲାଙ୍ଗିର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ  ଟାଙ୍ଗୀଚୌଦ୍ବାର ତହସିଲଦାର ତଥା ପୁରୀ ପୌର ପରିଷଦର ଭାରାପ୍ରାପ୍ତ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ରାଉତଙ୍କୁ କଟକ ମହାନଗର ନିଗମର ଡେପୁଟି କମିଶନର ଭାବେ ବଦଳି କରାଯାଇଛି।

ଗଞ୍ଜାମ ଜିଲ୍ଲା ଛତ୍ରପୁରର ଅତିରିକ୍ତ ଉପଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲର ପ୍ରଶାସନିକ ଅଧିକାରୀ ଭାବେ ବଦଳି କରାଯାଇଛି। ବ୍ରହ୍ମପୁର ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ତଥା ବ୍ରହ୍ମପୁର ପୌର ପରିଷଦର ଭାରାପ୍ରାପ୍ତ ଡେପୁଟି କମିଶନର ସବ୍ୟସାଚି ହୋତାଙ୍କୁ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଆଲଟମେଣ୍ଟ ଅଫିସର ଭାବେ ଅବସ୍ଥାପିତ କରାଯାଇଛି।  ବାଲେଶ୍ବର ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଚିତ୍ରସେନ ରାଉତଙ୍କୁ ପୂର୍ତ୍ତ ବିଭାଗର ଉପସଚିବ ଭାବେ ଅବସ୍ଥାପିତ କରାଯାଇଛି। କଟକ ସର୍ଭେ ଏବଂ ମ୍ୟାପ ପ୍ରକାଶନ ସଂସ୍ଥାର ସହକାରୀ ନିର୍ଦ୍ଦେଶକ ଦିଲ୍ଲୀପ ମହାପାତ୍ରଙ୍କୁ ମୋ ସ୍କୁଲ ଅଭିଯାନର ଓଏସଡି ଭାବେ ବଦଳି କରାଯାଇଛି।

  • କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ତହସିଲଦାର ରମେଶଚନ୍ଦ୍ର ସେଠୀଙ୍କୁ ଓଡିଶା ଖଣି ନିଗମର ସ୍ବତନ୍ତ୍ର ଅଧିକାରୀ ଭାବେ ବଦଳି କରାଯାଇଛି। କଟକର ଅତିରିକ୍ତ  ସବ କଲେକ୍ଟର ଶୈଳେନ୍ଦ୍ର କୁମାର ଜେନାଙ୍କୁ କ୍ରିଡା ଓ ଯୁବ ସେବା ବିଭାଗର ଉପ ସଚିବ ଭାବେ ବଦଳି କରାଯାଇଛି। ଘଟଗାଁ ବିଡିଓ ତ୍ରିଲୋଚନ ମହାନ୍ତିଙ୍କୁ ଖୋର୍ଦ୍ଧା ତହସିଲଦାର ଭାବେ ବଦଳି କରାଯାଇଥିବା ବେଳେ ସାଧାରଣ ପ୍ରଶାସନ, ପେନସନ୍ ଓ ଅଭିଯୋଗ ଶୁଣାଣି ବିଭାଗର ସଞ୍ଜୟ କୁମାର ମିଶ୍ରଙ୍କୁ ବଲାଙ୍ଗିର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି।
Related Posts