ବାରରେ ଚଢ଼ାଉ , ୯୬ ଯୁବତୀ ଉଦ୍ଧାର

ସତ୍ୟପାଠ ବ୍ୟୁରୋ : ଭୁବନେଶ୍ୱରରେ ପୁଣି ବାରରେ ଚଢ଼ାଉ କରିଛି କମିଶନରେଟ ପୁଲିସ । ଏକାଧିକ ବାରରେ ଚଢ଼ାଉ କରି ୯୬ ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ବିଳମ୍ବିତ ରାତି ଯାଏ ଚାଲୁଥିବା ୧୧ଟି ବାର ଓ ଡ୍ୟାନ୍ସବାରରେ ଚଢ଼ାଉ କରାଯାଇଥିବା ଜଣାପଡିଛି ।

ଭୁବନେଶ୍ୱରରେ ଥିବା କିଛି ବାରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଯୁବତୀମାନଙ୍କୁ ଆଣି ବେଆଇନ ଭାବେ ନିୟୋଜିତ କରାଯାଉଥିବା ଅନେକ ସମୟରେ ଅଭିଯୋଗ ଆସିଛି । ତେବେ ଏହାକୁ ନେଇ ଶୁକ୍ରବାର ରାତିରେ ବିଭିନ୍ନ ବାରରେ ଚଢ଼ାଉ କରିଥିଲା ପୁଲିସ । ଉଦ୍ଧାର ସମସ୍ତ ଡ୍ୟାନ୍ସର ମାନେ ରାଜ୍ୟ ବାହାରର ବୋଲି ଜଣାପଡିଛି । ପୁଲିସ ସେମାନଙ୍କ ବାବଦରେ ସମସ୍ତ ଯାଂଚ ପରେ ସେମାନଙ୍କୁ ଛାଡି ଦେଇଛି । ତେବେ ବାର ଓ ଡ୍ୟାନ୍ସ ବାର ଉପରେ ତୀକ୍ଷ୍ମଣ ନଜର ରଖାଯାଉଛି ଓ କୌଣସି ଅନୈତିକ କାର୍ଯ୍ୟକଳାପର ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କହିଛି ।

Related Posts