ଖୋର୍ଦ୍ଧା ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗୀନ: ଅନେକ ଗାଁ ଜଳମଗ୍ନ, ୨୦ ହଜାରରୁ ଉର୍ଦ୍ଧ୍ବ ଲୋକ ପ୍ରଭାବିତ

ଖୋର୍ଦ୍ଧା : ହୀରାକୁଦରୁ ବନ୍ୟାଜଳ ଛଡ଼ାଯିବା ପରେ ଅନେକ ନଦୀରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ନଦୀର ଜଳସ୍ତର ବୃଦ୍ଧି ପାଇବା ଦ୍ଵାରା ଘାଇ ସୃଷ୍ଟି ହୋଇଛି । ଫଳରେ ଅନେକ ଗାଁ ଏବେ ଜଳରେ ଭାସୁଛି । ସେପଟେ ଖୋର୍ଦ୍ଧା ବ୍ଲକ ଓରବରସିଂ, ନରଣଗଡ଼ ଓ ବ୍ରଜମୋହନପୁର ପଞ୍ଚାୟତର ୧୦ଟି ଗ୍ରାମ ଜଳବନ୍ଦୀ ହୋଇଛି । ଓରବରସିଂ ପଞ୍ଚାୟତର ଓରବରସିଂ, ହିରିମୂଳ ଡିହଖଳା, ଦୁର୍ଗାପୁର, କୃଷ୍ଣପୁର, ରାୟପୁର, ନରଣଗଡ ପଞ୍ଚାୟତର ମାନପୁର, ବଳପୁର, ଧଳପୁର, ଓରମୀ ଏବଂ ବ୍ରଜମୋହନପୁର ପଞ୍ଚାୟତର ଶରଧାପୁର ଗ୍ରାମ ବନ୍ୟା ଘେରରେ ରହିଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ।

ଖୋର୍ଦ୍ଧା ଜିଲ୍ଲାରେ ବନ୍ୟା ସ୍ଥିତି ସଙ୍ଗୀନ, ୨୦ହଜାର ଲୋକ ପ୍ରଭାବିତବନ୍ୟା ଯୋଗୁଁ ଖୋର୍ଦ୍ଧା ଜିଲାରେ ସ୍ଥିତି ସଙ୍ଗୀନ ହୋଇଛି । ଖୋର୍ଦ୍ଧା ବ୍ଲକ ଅନ୍ତର୍ଗତ ଓରବରସିଂ, ନରଣଗଡ଼ ଓ ବ୍ରଜମୋହନପୁର ପଞ୍ଚାୟତର ୧୦ଟି ଗ୍ରାମ ଜଳବନ୍ଦୀ ହୋଇଛି । ଜିଲ୍ଲାର ହିରିମୂଳ, ଡିହଖଳା ଓ ଦୁର୍ଗାପୁର ଗ୍ରାମ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ମାନପୁର ଗ୍ରାମ ବାତ୍ୟା ଆଶ୍ରୟସ୍ଥଳିରେ ବହୁ ଗ୍ରାମବାସୀ ଆଶ୍ରୟ ନେଇଛନ୍ତି । ଗତ ତିନି ଦିନ ଧରି ହିରିମୂଳ ଗ୍ରାମରେ ୮ଫୁଟ ଉଚ୍ଚର ପାଣି ମାଡ଼ିବା ସହିତ ଘରେ ପାଣି ପଶିଛି । ଯାତାୟତ ପାଇଁ ପ୍ରଶାସନ ପକ୍ଷରୁ ୨ଟି ଡଙ୍ଗା ବ୍ୟବସ୍ଥା କରାଯାଇଛି । ପ୍ରଶାସନ ପକ୍ଷରୁ ରିଲିଫ ସାମଗ୍ରୀ ପହଂଚା ଯାଉଛି । ସେହିପରି ଗୋରୁଙ୍କ ପାଇଁ ଖାଦ୍ୟ ଜିଲା ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଛି । ଅନ୍ୟପଟେ ହଳଦିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏକ ଟିମ୍‌ ବନ୍ୟାଘେରରେ ଥିବା ଗ୍ରାମରେ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ବୁଝିବା ସହ ଆବଶ୍ୟକ ଔଷଧ ଦେଉଛନ୍ତି । ଆବଶ୍ୟକ ପଡ଼ିଲେ, ଅସ୍ଥାୟୀ ମେଡିକାଲ କ୍ୟାମ୍ପ କରାଯିବ ବୋଲି ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସେପଟେ ଆଶ୍ରୟ ସ୍ଥଳୀରେ ଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ରନ୍ଧା ଖାଦ୍ୟ ଦିଆଯାଉଥିବା ଜଣାପଡିଛି । ପ୍ରଶାସନ ଠାରୁ ମିଳିଥିବା ସୂଚନାନୁସାରେ, ଜିଲ୍ଲାର ବାଲିଅନ୍ତା, ବାଲିପାଟଣା, ଖୋର୍ଦ୍ଧା, ଜଟଣୀ ଓ ବେଗୁନିଆର ୧୯ଟି ପଂଚାୟତର ୫୪ଟି ଗାଁର ୨୦ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ବାଲିପାଟଣା ବ୍ଲକ ସର୍ବାଧିକ ପ୍ରଭାବିତ ହୋଇଛି । ବର୍ତ୍ତମାନ ସୁଦ୍ଧା ୫ଟି ବ୍ଲକରେ ୧୫ଟି ସ୍ଥାନରେ ରନ୍ଧନ ଖାଦ୍ୟ ତିନିଦିନ ପାଇଁ ଦେବା ବ୍ୟବସ୍ଥା କରାଯାଇଛି । ୧୦ଟି ଆଶ୍ରୟସ୍ଥଳରେ ୩୧୩୫ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । ବର୍ତମାନ ସୁଦ୍ଧା ୧୦୪୩ଟି ଗୃହପାଳିତ ପଶୁପକ୍ଷୀ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ବାଲିପାଟଣା ବ୍ଲକରେ ୨୦୨୯ ହେକ୍ଟର ଚାଷ ଜମି ନଷ୍ଟ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଥିବା ବେଳେ ଜଟଣୀ, ବେଗୁନିଆ ଓ ଖୋର୍ଦ୍ଧାରେ ଚାଷଜମିର କ୍ଷୟକ୍ଷତି ବର୍ତ୍ତମାନ ସୁଦ୍ଧା ଆକଳନ କରାଯାଇନାହିଁ ।

Related Posts