ଆସନ୍ତା ୩ ଘଣ୍ଟାରେ ମହାନଦୀରେ ପିକ୍ ଛୁଇଁବ ବନ୍ୟା : ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ୩ ଘଣ୍ଟାରେ ମହାନଦୀରେ ବନ୍ୟା ପିକ୍ ଛୁଇଁବ। ଏହି ୩ ଘଣ୍ଟା ଆମ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର। ସେ କହିଛନ୍ତି, ମୁଣ୍ଡଳିରେ ବର୍ତ୍ତମାନ ୧୧.୬ ଲକ୍ଷ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଆଉ କିଛି ବଢ଼ିବା ପରେ ଜଳ ପ୍ରବାହ ପରିମାଣ କମିବ।ହୀରାକୁଦରେ ଜଳଭଣ୍ଡାର ଗେଟ୍‌ ଖୋଲିବା ନେଇ ଆଜି ଅପରାହ୍ଣରେ ନିଷ୍ପତ୍ତି ହେବ। ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, କଟକର ମୁଣ୍ଡଳିଠାରେ ମହାନଦୀ ବିପଦ ସଂକେତ ଟପିଛି। ମୁଣ୍ଡଳିରେ ବିପଦ ସଂକେତ ୯୭.୨୫ ଫୁଟ୍ ରହିଥିବା ବେଳେ ଜଳସ୍ତର ୯୭.୩୦ ଫୁଟ୍ ରହିଛି। ହେଲେ କିଛି ଅସୁବିଧା ନାହିଁ। ମହାନଦୀରେ ମଧ୍ୟମ ଧରଣ ବନ୍ୟା ଆସିଛି। ଏହି ବନ୍ୟା ସ୍ଥିତି ଉପରେ ନଜର ରଖିବା ପାଇଁ ଜଳ ସମ୍ପଦ ବିଭାଗର କର୍ମୀଚାରୀ ଓ ଅଫିସମାନେ ରାତିରେ ନାଇଟ୍‌ ପଟ୍ରୋଲିଂ କରିଛନ୍ତି। ଏପରି କିଛି ଜିଲ୍ଲାପାଳ ମଧ୍ୟ ନାଇଟ୍‌ ପଟ୍ରୋଲିଂ କରି ସ୍ଥିତି ପରିଖିଛନ୍ତି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ବିଜୟ କୁମାର ମିଶ୍ର କହିଛନ୍ତି।

ମହାନଦୀରେ ଆସୁଥିବା ବନ୍ୟାପାଇଁ ସତର୍କ ରହିବାକୁ ଏସଆରସି ପରାମର୍ଶ ଦେଇଛନ୍ତି। ଏଥିସହ ଏସଆରସି ନିର୍ବାଚିତ ପ୍ରତିନିଧି ମାନଙ୍କ ସହଯୋଗ ଲୋଡିଛନ୍ତି। ପରିସ୍ଥିତିକୁ ଦେଖି ବିଭିନ୍ନ ସ୍ଥାନକୁ ଓଡ୍ରାଫ୍ ଟିମ୍ ପଠାଯାଇଛି ବୋଲି ଏସ୍ଆ‌ରସି କହିଛନ୍ତି। ଜଳ ପରିଚାଳନା ନେଇ ଆଜି ଅପରାହ୍ନ ୪ଟା ସମୟରେ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଆଲୋଚନା ହେବ। ଦୁଇ ରାଜ୍ୟର ମୁଖ୍ୟ ସଚିବଙ୍କ ମଧ୍ୟରେ ଭିଡିଓ କନଫରେସିଂ ଜରିଆରେ ଆଲୋଚନା ହେବ।

Related Posts