ଅନେକ ସ୍ଥାନରେ ଜଳ ପ୍ରଳୟ : ମୃତ୍ୟୁସଂଖ୍ୟା ୨୦୦ ଟପିଲା

ସତ୍ୟପାଠ ବ୍ୟୁରୋ : ଉତ୍ତରାଖଣ୍ଡରେ ଦେଖିବାକୁ ମିଳିଛି ବର୍ଷାର ତାଣ୍ଡବ । ଅନେକ ସ୍ଥାନରେ ମୁଷଳ ଧାରାରେ ବର୍ଷା ହେଉଛି । ରାଜରାସ୍ତାରେ ଧସିଛି ପାହାଡ । ବଦ୍ରିନାଥ ଯିବାକୁ ଥିବା ରାଜରାସ୍ତା ଭୂସ୍ଖଳନ ଯୋଗୁଁ ବନ୍ଦ ହୋଇଯାଇଛି । ଫଳରେ ପର୍ଯ୍ୟଟକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତେବେ ବାଦଲ ଫଟା ବର୍ଷାରେ ଉତ୍ତରାଖଣ୍ଡରେ ଥିବା ଏକ ପାହାଡ ମାତ୍ର ୧୨ ସେକେଣ୍ଡରେ ଧସିଯାଇଛି । ଆଉ ରାଜରାସ୍ତା ପାଲଟିଛି ଝରଣା ।

ସେପଟେ କର୍ଣ୍ଣାଟକରେ ବନ୍ୟା ଯୋଗୁଁ ୨୪ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟର ୧୧ଟି ଜିଲ୍ଲା ଜଳ ପ୍ରଳୟରେ ଫସି ରହିଛି । ମହାରାଷ୍ଟ୍ରରେ ୨୫ ଓ ଗୁଜରାଟରେ ବନ୍ୟାରେ ୧୯ ଜଣଙ୍କ ଜୀବନ ଗଲାଣି । ମହାରାଷ୍ଟ୍ର,କର୍ଣ୍ଣାଟକ, କେରଳ ଓ ତାମିଲନାଡୁରେ ଉଦ୍ଧାର କାମରେ ସେନା ସହିତ ଏନଡିଆରଏଫ୍ ମୁତୟନ ହୋଇଛନ୍ତି । ଏହିସବୁ ରାଜ୍ୟରେ ବନ୍ୟା ଯୋଗୁଁ ଟ୍ରେନ୍ ଓ ବିମାନ ସେବା ପ୍ରଭାବିତ ହୋଇଛି ।

Related Posts