ଆସିଲାନି ଆମ୍ବୁଲାନ୍ସ, ପାହାଡ ଉପରେ ପ୍ରସବ କଲେ ମହିଳା

ସତ୍ୟପାଠ ବ୍ୟୁରୋ : ଗାଁ କୁ ନାହିଁ ରାସ୍ତା। ଜରୁରୀ ସମୟରେ ଆସିପାରୁନି ଆମ୍ବୁଲାନ୍ସ। ଫଳରେ ଲୋକଙ୍କ ପାଖରେ ପହଞ୍ଚି ପାରୁନି ସ୍ବାସ୍ଥ୍ୟସେବା । ଉପାନ୍ତ ଅଞ୍ଚଳରେ ଜନନୀ ଯନ୍ତ୍ରଣାର କରୁଣ ଚିତ୍ର ପ୍ରତ୍ୟେକ ଦିନ ସାମ୍ନାକୁ ଆସୁଥିବା ବେଳେ ଆଜି ପୁଣି ଏମିତି ଏକ ଘଟଣା ଘଟିଛି କନ୍ଧମାଳରେ। ଗାଁ କୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସି ପାରିନି ଫଳରେ ପାହାଡରେ ପ୍ରସବ କରିଛନ୍ତି ମହିଳା।

ସୂଚନାନୁସାରେ, କନ୍ଧମାଳ ଜିଲ୍ଲାର ଡୁବୁରି ଗ୍ରାମରେ ଜଣେ ମହିଳାଙ୍କ ପ୍ରସବ ବେଦନା ହୋଇଥିଲା । ପରିବାର ଲୋକେ ତାଙ୍କୁ ମେଡିକାଲ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିନ୍ତୁ ଗ୍ରାମକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରି ନଥିଲା । ଫଳରେ ପରିବାର ଲୋକେ ମହିଳାଙ୍କୁ ପ୍ରାୟ ଦେଢ କିମି ଦୋଳାରେ ବୋହି କରିନେଇଥିଲେ । ମେଡିକାଲକୁ ନେବା ବାଟରେ ମହିଳାଜଣଙ୍କ ପାହାଡ ଉପରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ପରେ ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ଉଭୟ ମା ଓ ଶିଶୁ ସୁସ୍ଥ ଥିବା ଜଣାପଡିଛି ।

Related Posts