ଜିଓକୁ ନେଇ ଏହି ସବୁ ନୂଆ ଘୋଷଣା କଲେ ମୁକେଶ ଅମ୍ବାନୀ

ଗ୍ରାହକଙ୍କୁ ନିରବଚ୍ଛିନ୍ନ ଡାଟା ପ୍ୟାକ୍‌ ସହିତ ଇଣ୍ଟରନେଟ୍‌ ସେବାକୁ ସହଜ କରିଦେଇଥିବା ରିଲାଏନ୍ସ ଜିଓ ଏବେ ବମ୍ପର୍‌ ଘୋଷଣା କରିଛି । ଆସନ୍ତା ସେପ୍ଟେମ୍ବର ୫ରୁ ଜିୟୋ ଗିଗାଫାଇବର୍‌ ଆରମ୍ଭ ହେବ । ଏହା ୭୦୦ ଟଙ୍କାରୁ ଆରମ୍ଭ କରି ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ଲାନ୍‌ ରହିଛି । ଏହା ସହିତ ବର୍ଷକୁ ଭାଗ୍ୟଶାଳୀ ଗ୍ରାହକଙ୍କୁ ୪ଡି ଟିଭି ସହିତ ୪କେ ସେଟ୍‌ଅପ୍‌ ବକ୍ସ ମଧ୍ୟ ମାଗଣାରେ ମିଳିବ । ପ୍ରାଥମିକ ପର୍ଯ୍ୟାୟରେ ୧୬୦୦ଟି ସହରରେ ଗୀଗା ଫାଇବର ଉପଲବ୍ଧ ହେବ । ଏ ନେଇ  ରିଲାଏନ୍ସ ଏଜିଏମ୍‌-୨୦୧୯ ବୈଠକରେ ବଡ଼ ଘୋଷଣା କରିଛନ୍ତି ଅଧ୍ୟକ୍ଷ ମୁକେଶ ଅମ୍ବାନୀ ।

ମୁକେଶ ଅମ୍ବାନୀଙ୍କ ଘୋଷଣା ଅନୁଯାୟୀ,  ଆସନ୍ତା ସେପ୍ଟେମ୍ବର ୫ରୁ ଜିୟୋ ଗିଗାଫାଇବର୍‌ ଆରମ୍ଭ ହେବ ।  ଏହା ଦ୍ୱାରା ଗ୍ରାହକଙ୍କୁ ହାଇ ସ୍ପୀଡ଼୍‌ ବ୍ରଡ୍‌ବ୍ୟାଣ୍ଡ ସହ ଲ୍ୟାଣ୍ଟଲାଇନ୍‌ କଲିଂ, ଜିଓ ଆଇପିଟିବି ଓ ସ୍ମାର୍ଟ ହୋମ୍‌ ସଲ୍ୟୁସନ୍‌ ମିଳିବ । ଜିୟୋ ଗିଗାଫାଇବର୍‌ ୧୦୦ Mbps ସିଡ୍‌ ଡାଟା ମିଳିବ । ପ୍ରିମିୟମ୍‌ ପ୍ଲାନ୍‌ରେ ୧ Gbps ସ୍ପୀଡ୍‌ ରହିବ । ପ୍ରାଥମିକ ପର୍ଯ୍ୟାୟରେ ୧୬୦୦ଟି ସହରରେ ଗୀଗା ଫାଇବର ଉପଲବ୍ଧ ହେବ । ଏକ ବର୍ଷ ମଧ୍ୟରେ ସାରା ଦେଶରେ ଏହା ଉପଲବ୍ଧ ହେବ ।

Related Posts