ବଢୁଥିବା ତେଲ ଦର ଉପରେ କୁତ୍ରିମ ସଂକଟ ଓ କଳାବଜାରୀ ରୋକିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ରୁଷ ଓ ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ର ପ୍ରଭାବ ଏବେ ଭାରତ ଉପରେ ପଡିଛି | ଫଳରେ ଆଗକୁ ଖାଦ୍ୟ ସାମଗ୍ରୀର ଦ୍ୱାରା ବଢିବା ନେଇ ଆଶଙ୍କା ଦେଖା ଦେଇଛି | ଏହାରି ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦେଶ ନାମା ଜାରି କରାଯାଇଛି | ଗାଁକୁ ସୁର୍ଯ୍ୟମୁଖ୍ୟ ତେଲର କଳାବଜାରୀ ରୋକିବାକୁ ଯୋଗାଣ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି । ୟୁକ୍ରେନ-ରୁଷ୍ ଯୁଦ୍ଧ ଯୋଗୁଁ ଖାଇବା ତେଲ ବିଶେଷ କରି ସୂର୍ଯ୍ୟମୁଖୀ ତେଲ ଦର ବଢ଼ିବାର ଆଶଙ୍କା ଭିତରେ କୁତ୍ରିମ ସଂକଟ ଓ କଳାବଜାରୀ ରୋକିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ।

ଏଥିସହ ଖାଇବା ତେଲର ଅନବରତ ଯୋଗାଣ ପାଇଁ ବିଭାଗୀୟ ଅଧିକାରୀ ଓ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ଟୁଇଟ୍ କରି ସୂଚନା ଦେଇଛନ୍ତି ।

ଭାରତ ଖାଇବା ତେଲ ପାଇଁ ମୁଖ୍ୟତଃ ବାହାର ଦେଶ ଉପରେ ନିର୍ଭର କରିଥାଏ । ବିଶେଷ କରି ୟୁକ୍ରେନ ଓ ରୁଷ୍ ଉପରେ ସୂର୍ଯ୍ୟମୁଖୀ ତେଲ ପାଇଁ ନିର୍ଭର କରିଥାଏ । କିନ୍ତୁ ଏବେ ୟୁକ୍ରେନରେ ଯୁଦ୍ଧ ଲାଗି ରହିବା ପରେ ତେଲ ଆମଦାନୀ ବାଧାପ୍ରାପ୍ତ ହୋଇଛି । ଯାହାର ସିଧାସଳଖ ପ୍ରଭାବ ଆମ ରାଜ୍ୟ ଉପରେ ପଡିଛି ଓ ତେଲ ଦର ୨୦ ରୁ ୨୫ଟଙ୍କା ବୃଦ୍ଧି ପାଇଛି । ଏବଂ ଆଗକୁ ଦର ବଢ଼ିବା ସହ କଳାବଜାରୀ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

ତେଲର ଦାମ ପୂର୍ବରୁ ବଢିଥିବା ବେଳେ ଏବେ ଯୁଦ୍ଧ ପାଇଁ ଆମଦାନୀ ପ୍ରଭାବିତ ହୋଇଥିବାରୁ ତେଲ ଦାମ ଆହୁରି ବଢିଛି । ଦେଶରେ ୬୫ ପ୍ରତିଶତ ଖାଇବା ତେଲ ଆମଦାନୀ ହୁଏ । ମୁଖ୍ୟତଃ ମାଲେସିଆ, ଇଣ୍ଡୋନେସିଆରୁ ତେଲ ଆମଦାନୀ ହୋଇଥାଏ । ଡିସେମ୍ବର ତୁଳନାରେ ଜାନୁଆରୀରେ ଖାଇବା ତେଲର ଉତ୍ପାଦନ ୧୪ ପ୍ରତିଶତରୁ ଖସି ୮ ପ୍ରତିଶତରେ ପହଞ୍ଚିଛି । ସେହିପରି ସୂର୍ଯ୍ୟମୂଖୀ ତେଲ ୨୦ ପ୍ରତିଶତ ଆମଦାନୀ ହୁଏ । ଏହି ତେଲ ୟୁକ୍ରେନରୁ ଆସିଥାଏ । ଯୁଦ୍ଧ ପାଇଁ ତେଲ ଆମଦାନୀ ଏବେ ପ୍ରଭାବିତ ହୋଇଛି । ତେଣୁ ମହଙ୍ଗା ହୋଇଛି ରୋଷେଇ ବଜେଟ । ଏହାବାଦ ଆଇସକ୍ରିମ ଏବଂ ବିଭିନ୍ନ ଚଟପଟି ଖାଦ୍ୟର ଦାମ ମଧ୍ୟ ବଢିପାରେ ।

Related Posts