
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଚାୟତ ନିର୍ବାଚନରେ ପରେ ବର୍ତ୍ତମାନ ପୌରନିର୍ବାଚନ ଉପରେ ସାରା ରାଜ୍ୟର ନଜର ରହିଛି । ଏହା ମଧ୍ୟରେ ପୌର ନିର୍ବାଚନ ପାଇଁ ନାମାଙ୍କନ ପତୟ ଦାଖଲ ପ୍ରକ୍ରିୟା ଚାଲିଛି । ସେପଟେ ଦୀର୍ଘ ୨୯ ବର୍ଷ ପରେ ମହିଳାଙ୍କ ହାତକୁ କ୍ଷମତା ମିଳିବାକୁ ଯାଉଛି । ଏହା ସହ ଏଥର ଭୋଟରମାନେ ସିଧାସଳଖ ମେୟରମାନଙ୍କୁ ନିର୍ବାଚିତ କରିବେ । ଏସବୁକୁ ଦୃଷ୍ଟିରେ ରଖି ରାଜନୈତିକ ଦଳମାନେ ଚଳଚଞ୍ଚଳ ହୋଇ ଉଠିଛନ୍ତି । ଏସବୁ ମଧ୍ୟରେ ନିଜର ମେୟରଙ୍କ ନାମ ଘୋଷଣା କରିଥିବାର କଥା ସାମ୍ନାକୁ ଆସିଛି । ତେବେ କଂଗ୍ରେସ ନେତ୍ରୀ ମଧୁସ୍ମିତା ଆଚାର୍ଯ୍ୟଙ୍କ ନାମକୁ ମେୟର ଭାବରେ କଂଗ୍ରେସ ଚୟନ କରିଛି । ସେପଟେ ତାଙ୍କୁ ମେୟର ପ୍ରାର୍ଥୀ ଭାବରେ ଦଳ ସୁଯୋଗ ଦେଉଥିବାରୁ ମଧୁସ୍ମିତା କୃତଜ୍ଞତା ଜଣାଇଛନ୍ତି । ଏହା ସହ ଜିତିବା ଆଶା ନେଇ ଲଢ଼ିବି ଏବଂ ଦଳର ଆଶାକୁ ସୁନିଶ୍ଚିତ କରିବି ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ଅନ୍ୟପଟେ ବିଧାୟକ ତଥା ନିର୍ବାଚନ ପରିଚାଳନା କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୌର ନିର୍ବାଚନ ପ୍ରାର୍ଥୀ ଚୟନ ନିମନ୍ତେ କେତେକ ନିଷ୍ପତ୍ତି ହୋଇଥିଲା ।
ପ୍ରାର୍ଥୀ ଚୟନ ଦିଗରେ ପ୍ରତି ଜିଲ୍ଲା ପାଇଁ କଂଗ୍ରେସ କମିଟି ସଭାପତି ଓ ତୃଣମୂଳସ୍ତରର ନେତୃବୃନ୍ଦଙ୍କୁ ସ୍ୱାଧୀନଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ଭାବେ କଂଗ୍ରେସର କଟକ ସହର ସଭାନେତ୍ରୀ ଗିରିବାଳା ବେହେରାଙ୍କୁ ମନୋନୀତ କରାଯାଇଥିବାବେଳେ ଭୁବନେଶ୍ୱର ମେୟର ଦୌଡ଼ରେ ଦୁଇ ପ୍ରମୁଖ ପ୍ରାର୍ଥୀ ଥିବାରୁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରିନଥିଲା । ଗତ ବିଧାନସଭା ନିର୍ବାଚନରେ ଏକାମ୍ର ନିର୍ବାଚନ ମଣ୍ଡଳୀର ବିଧାୟିକା ପ୍ରାର୍ôଥନୀ ରଶ୍ମି ମହାପାତ୍ର ଓ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ସ୍ୱଗର୍ତ କାଙ୍ଗାଳି ଚରଣ ପଣ୍ଡାଙ୍କ ପୁତ୍ରବଧୂ ସମାଜସେବୀ ମଧୁସ୍ମିତା ଆଚାର୍ଯ୍ୟଙ୍କ ନାମକୁ ନେଇ ଆଲୋଚନା ହୋଇଥିଲା । ବିଭିନ୍ନ ଦିଗକୁ ତର୍ଜମା କରାଯିବା ପରେ ମଧୁସ୍ମିତାଙ୍କ ନାମକୁ ଚୂଡ଼ାନ୍ତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା ବୋଲି ସୂଚନା ମିଳିଛି ।