
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରୋନା ମହାମାରୀ ରୋକିବା ପାଇଁ ସାରା ଦେଶରେ ଟିକାକରଣ ପ୍ରକ୍ରିୟା ଜାରି ରହିଛି । ବର୍ତ୍ତମାନ ଦେଶରେ ବ୍ୟାପକ ଭାବେ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ଦିଆଯାଉଛି । ତେବେ ଟିକାର ଅଭାବକୁ ନେଇ ଭାରତରେ ବିବାଦ ଦେଖାଦେଇଥିବା ବେଳେ ଟିକା ପାଇଁ କେନ୍ଦ୍ର ସରକାରଙ୍କୁ ଅଧିକ ଟଙ୍କା ମାଗିଛି ଭାରତ ବାୟୋଟେକ୍ । ଆଗାମୀ ଦିନରେ ପ୍ରତି ଡୋଜକୁ ୧୫୦ ଟଙ୍କା ମୂଲ୍ୟରେ ଯୋଗାଇବା ସମ୍ଭବପର ନୁହେଁ ବୋଲି ଟିକା ନିର୍ମାଣକାରୀ କମ୍ପାନୀ ପକ୍ଷରୁ କୁହାଯାଇଛି । ଏଥିପାଇଁ କେନ୍ଦ୍ର ସରକାର ଅଧିକ ଟଙ୍କା ଦେବା ପାଇଁ ଭାରତ ବାୟୋଟେକ୍ ଦାବି କରିଛି। କମ୍ପାନୀ କହିଛି ଯେ କେନ୍ଦ୍ର ସରକାରଙ୍କୁ ଶସ୍ତାରେ ଟିକା ଯୋଗାଇ ଦିଆଯାଉଥିବା ହେତୁ ଏହାର କ୍ଷତିପୂରଣ ପାଇଁ ଘରୋଇ ବଜାରରେ ଅଧିକ ଦରରେ ବିକ୍ରି କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ ଘରୋଇ ଡାକ୍ତରଖାନାଗୁଡ଼ିକରେ କୋଭିସିଲ୍ଡ ଅପେକ୍ଷା କୋଭାକ୍ସିନ ମହଙ୍ଗା ଅଟେ । ଭରତ ବାୟୋଟେକ୍ କହିଛି ଯେ, “ଭାରତ ସରକାରଙ୍କୁ କୋଭାକ୍ସିନ ଡୋଜକୁ ୧୫୦ ଟଙ୍କାରେ ଦିଆଯାଉଛି। ତେଣୁ ଖର୍ଚ୍ଚ ବହନ କରିବା ପାଇଁ କମ୍ପାନୀ ଘରୋଇ ବଜାରରେ ଟିକା ଅଧିକ ଦାମ୍ ରେ ବିକ୍ରି କରାଯାଉଛି। କମ୍ପାନୀ ଏହାର ଟିକା କ୍ଷମତାର ୫୦ ପ୍ରତିଶତ କେନ୍ଦ୍ର ସରକାର ଯୋଗାଇ ଦେଉଥିବା ବେଳେ ବଳକା ପଚାଶ ପ୍ରତିଶତ ରାଜ୍ୟ ତଥା ବେସରକାରୀ ସଂସ୍ଥାଙ୍କ ପାଇଁ ରଖାଯାଇଛି। ଭରତ ବାୟୋଟେକ୍ କହିଛି ଯେ ଟିକାର ଭିନ୍ନ ଭିନ୍ନ ମୂଲ୍ୟ ସତ୍ତ୍ବେ କମ୍ପାନୀ ଆକଳନ କରିଛି ଯେ କୋଭାକ୍ସିନ୍ର ହାରାହାରି ମୂଲ୍ୟ ଡୋଜ ପିଛା ୨୫୦ ରୁ କମ୍। କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟିକା ମଧ୍ୟରୁ ୭୫ ପ୍ରତିଶତ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ନିକଟକୁ ଯିବ। କେବଳ ୨୫ ପ୍ରତିଶତ ଟିକା ଘରୋଇ ବଜାରକୁ ଯିବ । ଭରତ ବାୟୋଟେକ୍ କହିଛି, “ରୋଟାଭାଇରସ୍ ଟିକା ଭାରତ ସରକାରଙ୍କୁ ଡୋଜ ପିଛା ୬୦ ଟଙ୍କାରେ ଯୋଗାଇ ଦିଆଯାଉଛି, କିନ୍ତୁ ଘରୋଇ ବଜାରରେ ଏହି ଟିକା ଡୋଜ ପ୍ରତି ୧୭୦୦ ଟଙ୍କା ରହିଛି। ଆନ୍ତର୍ଜାତୀୟ ସ୍ତରରେ COVID-19 ଟିକା ମୂଲ୍ୟ ୧୦ ରୁ ୩୭ ଡଲାର ( ୭୩୦ ରୁ ୨୭୦୦ ଟଙ୍କା) ରହିଛି। ଏପ୍ରିଲ ମାସରେ କମ୍ପାନୀ ଘୋଷଣା କରିଛି ଯେ କୋଭାକ୍ସିନ୍ ଟିକା କେନ୍ଦ୍ର ସରକାରଙ୍କୁ ଡୋଜ ପିଛା ୬୦୦ ଟଙ୍କାରେ ଏବଂ ଘରୋଇ ଡାକ୍ତରଖାନାକୁ ୧୨୦୦ ଟଙ୍କାରେ ବିକ୍ରି କରିବ।