କ୍ଷତିପୂରଣ ଅର୍ଥ ଦେବାରେ ବିଳମ୍ୱ କଲେ ଭୂଅର୍ଜନ ଅଧିକାରୀ; ଶଙ୍ଖା, ସିନ୍ଦୂର ପିନ୍ଧାଇ ଝାଡ଼ୁରେ ମାଡ଼ ମାରିଲେ ମହିଳା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭୂଅର୍ଜନ ଅଧିକାରୀଙ୍କୁ ଶଙ୍ଖା, ସିନ୍ଦୂର, ଅଳତା ପିନ୍ଧାଇ ଝାଡ଼ୁରେ ମାଡ଼ ମାରିଲେ ମହିଳା । ଖୋର୍ଦ୍ଧା ବଲାଙ୍ଗିର ରେଳପଥ ଜମି ଅଧିଗ୍ରହଣ ଅଧିକାରୀ ସଞ୍ଜୟ ପ୍ରତିହାରୀଙ୍କୁ ନୟାଗଡ଼ରେ କିଛି ମହିଳା ମାଡ଼ମାରିଛନ୍ତି । ନୟାଗଡ଼ରେ ଥିବା ମିଶ୍ର କଲୋନୀରୁ ନୟାଗଡ଼ରେ ଥିବା କାର୍ଯ୍ୟାଳୟକୁ ଯାଉଥିବାବେଳେ ମହିଳାମାନେ ତାଙ୍କୁ ଏପରି ଆକ୍ରମଣ କରିଛନ୍ତି ।

ରେଳପଥରେ ଜମି ହରାଇଥିବା ଜମିହରାଙ୍କୁ କ୍ଷତିପୂରଣ ଅର୍ଥ ଦେବାରେ ବିଳମ୍ବ କରିବା, ଦଲାଲ ଜରିଆରେ କ୍ଷତିପୂରଣ ପାଇବାକୁ ଥିବା ଲୋକଙ୍କ ଠାରୁ ଅର୍ଥଦାବି କରିବା, ମହିଳାଙ୍କୁ ଦୁର୍ବବ୍ୟବହାର କରିବା ଭଳି ବିିଭିନ୍ନ ଅଭିଯୋଗ ପ୍ରତିହାରୀଙ୍କ ନାଁରେ ରହିଛି । ପୂର୍ବରୁ ମଧ୍ୟ କ୍ଷତିପୂରଣ ଦାବି କରି ମହିଳାମାନେ ତାଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ତେବେ ଆଜି ମହିଳାଙ୍କ ଆକ୍ରମଣ ପରେ ଗୁରୁତର ଅବସ୍ଥାରେ ପ୍ରତିହାରୀଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ଆକ୍ରମଣକାରୀଙ୍କୁ ପୁଲିସ ଅଟକ ରଖିଥିବା ସୂଚନା ମିଳିଛି ।

Related Posts