ମେ ଫେୟାରରେ ମସଗୁଲ୍ “ମୋ ସରକାର”

ଭୁବନେଶ୍ବର: ଓଡ଼ିଶା ସିଭିଲ ସପ୍ଲାଏ କର୍ପୋରେସନ ସମ୍ପୂର୍ଣ୍ଣ ଭାବେ ଏକ ସରକାରୀ ସଂସ୍ଥା । ଏହାର ଚେୟାରମ୍ୟାନ ହେଉଛନ୍ତି ସାଧାରଣ ବଣ୍ଟନ ବିଭାଗର ସଚିବ ବୀର ବିକ୍ରମ ଯାଦବ (ଭି.ଭି ଯାଦବ) । ରାଜା ସ୍ବାଇଁ ହେଉଛନ୍ତି ଯୋଗାଣ ବିଭାଗର ମନ୍ତ୍ରୀ । OSCSC ହେଉଛି ଏକ ଅଣ ଲାଭକ୍ଷତିର ସଂଗଠନ । ଯାହାର ମୁଖ୍ୟ କାମ ହେଲା ଗରିବଙ୍କ ପାଇଁ ଖାଦ୍ୟ ବଣ୍ଟନ କରିବା । ଟଙ୍କିକିଆ ଚାଉଳ ବଣ୍ଟନ ଦାୟିତ୍ବ ବି OSCSC ଉପରେ ରହିଛି।

ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ କହୁଛନ୍ତି ଆଗେ ଲୋକଙ୍କ ସେବା କରିବା, ଗରିବଙ୍କ ସେବା କରିବା । ମଉଜ ମଜଳିସ୍‌ରୁ ଦୂରରେ ରହିବା । ହେଲେ ଶସନ ବ୍ୟବସ୍ଥାରେ ଦେଖିବାକୁ ମିଳିଛି ଓଲଟା ଚିତ୍ର । ମୋ ସରକାର ଓ 5-ଟିର ଟୋପି ପିନ୍ଧାଇ ଲୋକଙ୍କୁ ବାବୁମାନେ କିଭଳି ଭୁଆଁ ବୁଲାଉଛନ୍ତି ତାର ଲେଖା ଯୋଖା ପ୍ରମାଣ ଲାଗିଛି ସତ୍ୟପାଠ ହାତରେ । OSCSC ବାବୁମାନଙ୍କ ମଉଜ ମଜଲିସ ଓ ନବାବୀ ଅନ୍ଦାଜର ସନ୍‌ସନି ଖୁଲାସା କରିଛି ଓଡ଼ିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମର ଏକ ଚିଠି । ଲୋକଙ୍କୁ ଭୁଆଁ ବୁଲାଇ ସରକାରୀ ଅର୍ଥକୁ ବାବୁମାନେ କିଭଳି ମଉଜ କରି ଉଡ଼ାଉଛନ୍ତି ତାହା ପ୍ରମାଣିତ କରୁଛି ଜାନୁଆରି ୧୩ରେ ମେଫେୟାର ହୋଟେଲକୁ OSCSC ପକ୍ଷରୁ ଲେଖାଯାଇଥିବା ଏହି ଚିଠି । ମକର ସଂକ୍ରାନ୍ତିରେ ସରକାର ଛୁଟି ଘୋଷଣା କରିଥିବା ବେଳେ ବାବୁମାନେ ଭୋଜି କରିବାକୁ ଭୁବନେଶ୍ବରର ମେଫେୟାର ହୋଟେଲର ୨ଟି ହଲକୁ ବୁକ୍‌ କରିଛନ୍ତି ।
ଓଡ଼ିଶା ସିଭିଲ ସପ୍ଲାଏ କର୍ପୋରେସନର ବାବୁମାନଙ୍କ ନବାବୀ ଅନ୍ଦାଜ ନବୀନ ବାବୁଙ୍କ ମୋ ସରକାର ଏବଂ 5-ଟି କାର୍ଯ୍ୟକ୍ରମର ଅସଲ ଚିତ୍ରକୁ ସାମ୍ନାକୁ ଆଣିଛି । ତେଣୁ କୁହାଯାଉଛି ମୋ ସରକାର ଏବଂ 5-ଟି କାର୍ଯ୍ୟକ୍ରମ ଯେ କେବଳ ପ୍ରଚାର ପ୍ରସାର ପାଇଁ ଏବଂ ଲୋକଙ୍କୁ ଭୁଆଁ ବୁଲାଇ ଭକୁଆ କରିବା ପାଇଁ କରାଯାଉଛି ।

Related Posts