ପ୍ରଥମ ଥର ପାଇଁ ଜଣେ ପ୍ରଧାନମନ୍ତ୍ରୀ ଫୋନ କରି ଅଭିନନ୍ଦନ ଜଣାଇଲେନାହିଁ, ଟୁଇଟରରେ ବଧାଇ ଦେଲେ : ମମତା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ପଶ୍ଚିମବଙ୍ଗରେ ଚମକପ୍ରଦ ବିଜୟ ଲାଭ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ,” ବିଧାନସଭା ନିର୍ବାଚନରେ ​​ଜିତିବା ପରେ ପ୍ରଥମ ଥର ପାଇଁ ଜଣେ ପ୍ରଧାନମନ୍ତ୍ରୀ ଫୋନ କରି ଅଭିନନ୍ଦନ ଜଣାଇଲେନାହିଁ, ଟୁଇଟରରେ ବଧାଇ ଦେଲେ। ” ବେଙ୍ଗଲରେ ତୃଣମୂଳ କଂଗ୍ରେସ , ଦଳର ସୁପ୍ରିମୋ ମମତା ବାନାର୍ଜୀଙ୍କ ନେତୃତ୍ୱରେ ଏକ ପ୍ରଚଣ୍ଡ ଜନାଦେଶ ଲାଭ କରିଛି। ମମତାଙ୍କ ଏହି ହାଟ୍ରିକ ବିଜୟ ପରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ରାଜନେତା ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ତେବେ ରବିବାର ନିର୍ବାଚନ ଫଳାଫଳ ଏକ ପ୍ରକାର ସ୍ପଷ୍ଟ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି “ଟିଏମସିର ବିଜୟ ପାଇଁ ମମତା ଦିଦିଙ୍କୁ ଅଭିନନ୍ଦନ। ଲୋକଙ୍କ ଆକାଂକ୍ଷା ପୂରଣ କରିବା ତଥା କୋଭିଡ୍ ମହାମାରୀ ଲଢେଇରେ କେନ୍ଦ୍ର ସରକାର ପଶ୍ଚିମବଙ୍ଗ ସରକାରଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦେବେ। ” ଶାସକ ଟିଏମସି 292 ଟି ଆସନ ମଧ୍ୟରୁ 212 ଟି ଜିତିଥିବା ବେଳେ ଭାରତୀୟ ଜନତା ପାର୍ଟି 77 ଟି ଆସନରେ ବିଜୟ ଲାଭ କରିଛି।

Related Posts