କୋଭିଡ଼ ଲଢ଼େଇ; ଦିଲ୍ଲୀ ମାଗିଲା ସେନା ସହାୟତା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଅକ୍ସିଜେନ ଏବଂ ଆଇସିୟୁ ବେଡ୍ ବିଶିଷ୍ଟ ହସ୍ପିଟାଲ ସ୍ଥାପନା କରିବାରେ ସେନାର ସହାୟତା ପାଇଁ ଦିଲ୍ଲୀ ସରକାରଙ୍କ ଅନୁରୋଧ କ୍ରମେ ଦିଲ୍ଲୀ ହାଇକୋର୍ଟ ସୋମବାର କେନ୍ଦ୍ରକୁ ନିର୍ଦେଶ ଦେଇଛନ୍ତି । ଶନିବାର ଉପମୁଖ୍ୟମନ୍ତ୍ରୀ ମନୀଷ ସିସେଡିଆ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସଂଙ୍କୁ ଚିଠି ଲେଖି ସେନାର ସହାୟତା ମାଗିଛନ୍ତି । ଦିଲ୍ଲୀରେ ଚାଲିଥିବା କୋଭିଡ୍ ସଙ୍କଟ ସହ ଜଡିତ ଅକ୍ସିଜେନ ଅଭାବ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ହାଇକୋର୍ଟ ଆବେଦନ ଶୁଣାଣି କରିଛନ୍ତି । ଦିଲ୍ଲୀର କିଛି ହସ୍ପିଟାଲରେ ଅକ୍ସିଜେନ ହ୍ରାସ ପାଉଥିବାରୁ ତାକୁ ପୁରଣ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ବର୍ତ୍ତମାନ ଥବା ୫୯୦ ମେଟ୍ରିକ ଟନ୍ ବଦଳରେ ଦିଲ୍ଲୀ ସରକାର ୯୭୬ ମେଟ୍ରିକ୍ ଟନ୍ ଆବଶ୍ୟକ ବୋଲି କେନ୍ଦ୍ରକୁ ଦାବି କରିଛନ୍ତି । ସରକାରୀ ତଥ୍ୟ ଅନୁଯାୟୀ ,ଏପ୍ରିଲ ୨୫ରେ ଦିଲ୍ଲୀ ୩୦୫ ମେଟ୍ରିକ ଟନ୍ ପାଇଥିଲା ।ଏପ୍ରିଲ ୨୬ରେ ର୪୦୮,ଏପ୍ରିଲ ୨୭ରେ ୩୯୮ ,ଏପ୍ରିଲ୍ ୨୮ରେ ୪୩୧, ଓ ଏପ୍ରିଲ୍ ୨୯ରେ ୪୦୯ ମେଟ୍ରିକ ଟନ୍ ମିଳିଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ୪୦୭ ଜଣ କରୋନା ଭାଇରସ୍ ଦ୍ୱାରା ମୃତ୍ୟୁ ହେଇଥିବା ବେଳେ ନୂଆ ଅକ୍ରାନ୍ତ ସଂଖ୍ୟା ୨୦୦୦୦ ରୁ ଅଧିକ ମାମଲା ରେକର୍ଡ କରାଯାଇଛି

Related Posts