୩୦ ଅକ୍ଟୋବର ରବିବାର ରାଜଧାନୀ ଦିଲ୍ଲୀରେ ମିଳିବନି ମଦ

ନୂଆଦିଲ୍ଲୀ : ୩୦ ଅକ୍ଟୋବର ରବିବାର ରାଜଧାନୀ ଦିଲ୍ଲୀରେ ଘୋଷଣା ହୋଇଛି ଡ୍ରାଏ ଡେ’ । ପ୍ରଥମ ଥର ଛଟପୂଜା ଲାଗି ଏହି ଘୋଷଣା ହୋଇଛି। ଲେଫ୍ଟନାଣ୍ଟ ଗଭର୍ଣ୍ଣର(ଏଲଜି) ଏ ନେଇ ଆଦେଶ ଜାରି କରିଛନ୍ତି। ଏହା ପୂର୍ବରୁ ବିଜେପି ଓ କଂଗ୍ରେସ ଛଟପୂଜା ଲାଗି ଦିଲ୍ଲୀରେ ଡ୍ରାଏ ଡେ ଘୋଷଣା ଲାଗି ଦାବି କରିଥିଲେ। ଏଲଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ଏକ ପତ୍ର ଲେଖିଥିବା ବେଳେ ରାଜଧାନୀରେ ବସବାସ କରୁଥିବା ବିହାରର ଜନସାଧାରଣଙ୍କ ଛଟ ପୂଜା ନିମନ୍ତେ ବ୍ୟବସ୍ଥା କରିବାକୁ କହିଛନ୍ତି।

ପତ୍ରରେ ଏଲଜି ଯମୁନା ନଦୀରେ ଭାସୁଥିବା ବିଷାକ୍ତ ଫେଣ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଦୂଷିତ ନଦୀ ଜଳରେ ଲୋକେ କିପରି ଛଟପୂଜା କରିବେ ତାର ବ୍ୟବସ୍ଥା କରିବା ଲାଗି ମଧ୍ୟ ରାଜ୍ୟ ସରକାରଙ୍କୁ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଡ୍ରାଏ ଡେରେ ମଦ ବିକ୍ରି ଉପରେ କଟକଣା ରହିଥାଏ। ଏହି ଦିନମାନଙ୍କରେ ଅନ୍ୟଦିନ ପରି ମଦ ବିକ୍ରି ଲାଗି ଦୋକାନ ଖୋଲି ନଥାଏ। ଏଣୁ ଡ୍ରାଏ ଡେ ଘୋଷଣା ହୋଇଥିବାରୁ ୩୦ ଅକ୍ଟୋବର ରବିବାର ଦିଲ୍ଲୀରେ ମଦ ଦୋକାନ ବନ୍ଦ ରହିବ।

ଦିଲ୍ଲୀରେ ପ୍ରଥମ ଥର ଛଟପୂଜାରେ ଡ୍ରାଏ ଡେ ଘୋଷଣା କରାଯାଇଛି। ଏମିତିରେ ୩୦ ଅକ୍ଟୋବର ରବିବାର ଦିଲ୍ଲୀରେ ସବୁ ମଦ ଦୋକାନ ବନ୍ଦ। ତେବେ ଏହା ସତ୍ତ୍ୱେ ଲୁଚାଚୋରାରେ କାରବାର ରୋକିବା ଡ୍ରାଏ ଡେର ମୁଖ୍ୟ ଉଦ୍ଦେଶ୍ୟ ଯେପରି ଉତ୍ସବ ପାଳନରେ କୌଣସି ପ୍ରକାର ବାଧା ନ ଉପୁଜେ। ଏଲଜି ଦିଲ୍ଲୀ ଅବକାରୀ ଅଧିନିୟମ ୨୦୦୯ର ଧାରା ୨(୩୫) ଅନୁସାରେ ନିଜ କ୍ଷମତାର ପ୍ରୟୋଗ କରିଛନ୍ତି ଓ ୩୦ ଅକ୍ଟୋବରକୁ ଡ୍ରାଏ ଡେ ଘୋଷଣା କରିଛନ୍ତି।

Related Posts