ପ୍ରଥମ ଥର ପାଇଁ ଭାରତରେ ପୁରୁଷ ଶିକ୍ଷକଙ୍କ ତୁଳନାରେ ବୃଦ୍ଧି ପାଇଲା ମହିଳା ଶିକ୍ଷୟିତ୍ରୀଙ୍କ ସଂଖ୍ୟା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : 2019-20 ଶିକ୍ଷାବର୍ଷ ପାଇଁ ୟୁନିଫାଏଡ୍ ଜିଲ୍ଲା ସୂଚନା ବ୍ୟବସ୍ଥା ରିପୋର୍ଟ ଅନୁଯାୟୀ ଭାରତରେ ପୁରୁଷ ଶିକ୍ଷକ ମାନଙ୍କ ତୁଳନାରେ ମହିଳା ଶିକ୍ଷକଙ୍କ ସଂଖ୍ୟା ଅଧିକ। ରିପୋର୍ଟ ଅନୁଯାୟୀ ଭାରତର ମୋଟ 96.8 ଲକ୍ଷ ଶିକ୍ଷକଙ୍କ ମଧ୍ୟରୁ 49.2 ଲକ୍ଷ ମହିଳା ଶିକ୍ଷକ ଅଛନ୍ତି। 2012-13 ରେ ମୋଟ ମହିଳା ଶିକ୍ଷକଙ୍କ ସଂଖ୍ୟା 35.8 ଲକ୍ଷ ଥିବା ବେଳେ 2019-20 ରେ ଏହି ସଂଖ୍ୟା 49.2 ଲକ୍ଷକୁ ବୃଦ୍ଧି ପାଇଛି। ସେହିପରି ପୁରୁଷ ଶିକ୍ଷକଙ୍କ ସଂଖ୍ୟା ମଧ୍ୟ 42.4 ଲକ୍ଷରୁ 47.7 ଲକ୍ଷକୁ ବୃଦ୍ଧି ପାଇଛି। ତେବେ ପ୍ରାଥମିକ ସ୍ତରରେ ମହିଳା ଶିକ୍ଷୟତ୍ରୀ ମାନଙ୍କ ସଂଖ୍ୟା ପୁରୁଷ ଶିକ୍ଷକଙ୍କ ସହ ପ୍ରାୟତଃ ସମାନ ଥିବା ବେଳେ ଉଚ୍ଚ ପ୍ରାଥମିକ ସ୍ତରରୁ ଜାତୀୟ ସ୍ତରରେ ମହିଳା ଶିକ୍ଷୟତ୍ରୀଙ୍କ ସଂଖ୍ୟା  ପୁରୁଷ ଶିକ୍ଷକଙ୍କ ତୁଳନାରେ କମ୍। ଏହାର ଉଦାହରଣ ହେଉଛି ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ମହିଳା ଶିକ୍ଷୟତ୍ରୀଙ୍କ ସଂଖ୍ୟା 1 ଲକ୍ଷରୁ ଅଧିକ ଥିବା ବେଳେ ପୁରୁଷ ଶିକ୍ଷକ ମାନଙ୍କ ସଂଖ୍ୟା ହେଉଛି 27,000 ।

ପ୍ରାଥମିକ ଶ୍ରେଣୀରେ ମହିଳା ଶିକ୍ଷୟତ୍ରୀଙ୍କ ସଂଖ୍ୟା 19.6 ଲକ୍ଷ ଏବଂ ପୁରୁଷ ଶିକ୍ଷକଙ୍କ ସଂଖ୍ୟା 15.7 ଲକ୍ଷ ରହିଛି। କିନ୍ତୁ ଏହି ସମୀକରଣ ଉଚ୍ଚ ପ୍ରାଥମିକ ସ୍ତରରେ ପହଞ୍ଚିବା ବେଳକୁ ବଦଳି ଯାଉଛି। ଉଚ୍ଚ ପ୍ରାଥମିକ ସ୍ତରରେ ପୁରୁଷ ଶିକ୍ଷକ ମାନଙ୍କ ସଂଖ୍ୟା 11.5 ଲକ୍ଷ ଏବଂ ମହିଳା ଶିକ୍ଷୟତ୍ରୀ ମାନଙ୍କ ସଂଖ୍ୟା ହେଉଛି 10.6 ଲକ୍ଷ । ମାଧ୍ୟମିକ ବିଦ୍ୟାଳୟରେ ପୁରୁଷ ଶିକ୍ଷକ ମାନଙ୍କ ସଂଖ୍ୟା 6.3 ଲକ୍ଷ ଏବଂ ମହିଳା ଶିକ୍ଷୟତ୍ରୀ ମାନଙ୍କ ସଂଖ୍ୟା 5.2 ଲକ୍ଷ ରହିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା କ୍ଷେତ୍ରରେ ଏହା ସଂଖ୍ୟା 3.7 ଲକ୍ଷ ଏବଂ 2.8 ଲକ୍ଷ ଅଟେ । ସମଗ୍ର ଭାରତ ବର୍ଷରେ ସରକାରୀ ଏବଂ ସରକାରୀ ସହାୟକ ବିଦ୍ୟାଳୟରେ ପୁରୁଷ ଶିକ୍ଷକଙ୍କ ସଂଖ୍ୟା ଅଧିକ । ତେବେ, ବେସରକାରୀ ଅଣସଂରକ୍ଷିତ ବିଦ୍ୟାଳୟଗୁଡ଼ିକରେ ମହିଳା ଶିକ୍ଷୟତ୍ରୀଙ୍କ ସଂଖ୍ୟା ଅଧିକ । କର୍ଣ୍ଣାଟକ ସମେତ ବିଭିନ୍ନ ରାଜ୍ୟ ଗୁଡ଼ିକରେ ହାଇ ଗ୍ରେଡ୍ ରେ ପୁରୁଷ ଶିକ୍ଷକଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ଅଧିକ । ତେବେ କେରଳ, ଦିଲ୍ଲୀ, ମେଘାଳୟ, ପଞ୍ଜାବ ଏବଂ ତାମିଲନାଡୁ ଭଳି ରାଜ୍ୟରେ ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ଶ୍ରେଣୀରେ ମଧ୍ୟ ମହିଳାମାନଙ୍କ ସଂଖ୍ୟା ପୁରୁଷମାନଙ୍କଠାରୁ ଅଧିକ। ଶିକ୍ଷକ ଫାଉଣ୍ଡେସନର ପ୍ରତିଷ୍ଠାତା ନିର୍ଦ୍ଦେଶକ ମାୟା ମେନନ୍ କହିଛନ୍ତି ଯେ ଅନ୍ୟ ଦେଶ ତୁଳନାରେ ଭାରତରେ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ମଧ୍ୟରେ ଦରମାର ପାର୍ଥକ୍ୟ ରହିଛି ରହିଛି ।  ସେ ଆହୁରି ମଧ୍ୟ କହିଛନ୍ତି, ” ଭାରତରେ ପୁରୁଷ ଶିକ୍ଷକମାନେ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷାଦାନ କରିବାକୁ ପସନ୍ଦ କରନ୍ତି କାରଣ ସେମାନେ ଅଧିକ ପାରିଶ୍ରମିକ ପାଆନ୍ତି, ବିଶେଷ କରି ସରକାରୀ ବିଦ୍ୟାଳୟ ଗୁଡିକରେ ।  ସେହିପରି ଘରୋଇ ସ୍କୁଲ୍ କ୍ଷେତ୍ରରେ ପୁରୁଷ ଶିକ୍ଷକ ମାନେ ଅଧିକ ଦରମା ପାଇଁ ଘରୋଇ ଆନ୍ତର୍ଜାତୀୟ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନ ପାଇଁ ପସନ୍ଦ କରନ୍ତି ।”

Related Posts