ପରଲୋକରେ ଟି.ଏନ୍. ଶେଷାନ

(ସତ୍ୟପାଠ ବ୍ୟୁରୋ) ଭାରତର ପୂର୍ବତନ ମୁଖ୍ୟ ନିର୍ବାଚନ କମିସନର ଟି.ଏନ୍. ଶେଷାନଙ୍କର ୮୭ ବର୍ଷ ବୟସରେ ପରଲୋକ ହୋଇଛି । ସେ ୧୯୯୦ରୁ ୧୯୯୬ ଯାଏ ଭାରତର ୧୦ମ ମୁଖ୍ୟ ନିର୍ବାଚନ କମିସନର ଥିଲେ । ଭାରତୀୟ ନିର୍ବାଚନ ପ୍ରକ୍ରିୟାରେ ବ୍ୟାପକ ସଂସ୍କାର ଆଣଇ ଚର୍ଚ୍ଚାକୁ ଆସିଥିଲେ ଟି.ଏନ୍. ଶେଷାନ । କଠୋର ନିର୍ବାଚନ ଆଚରଣ ବିଧି ଲାଗୁ କରି ରାଜନୈତିକ ଦଳମାନଙ୍କ ପାଇଁ ଶେଷାନ୍ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲେ । ନିରପେକ୍ଷତା, ନିଷ୍ଠାପରତା, ସ୍ବଚ୍ଛତା ତାଙ୍କର ପରିଚୟ ଥିଲା । ତାମିଲନାଡୁ ସରକାରଙ୍କ ବିଭିନ୍ନ ବିଭାଗରେ ସେ ସଚିବ ଭାବେ ଦାୟିତ୍ବ ତୁଲାଇବା ପରେ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରିଥିଲେ । ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ସେ କେନ୍ଦ୍ର କ୍ୟାବିନେଟ୍ ସଚିବ ଭାବେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ। ମୁଖ୍ୟ ନିର୍ବାଚନ କମିସନର ହେବା ପୂର୍ବରୁ ସେ କେନ୍ଦ୍ର ସରକାରଙ୍କ ପ୍ଲାନିଂ କମିସନ ସଦସ୍ୟ ମଧ୍ୟ ଥିଲେ ଶେଷାନ ।

Related Posts