ପୂର୍ବତନ କ୍ରିକେଟର ଏବଂ ଅମ୍ପାୟରଙ୍କ ପେନ୍‌ସନ ବୃଦ୍ଧି

ନୂଆଦିଲ୍ଲୀ: ବୃଦ୍ଧି ପାଇଲା ପୂର୍ବତନ କ୍ରିକେଟର (ମହିଳା ଓ ପୁରୁଷ) ଏବଂ ଅମ୍ପାୟରଙ୍କ ପେନ୍‌ସନ ବୃଦ୍ଧି କରିଛି।ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଏନେଇ ସୂଚନା ପ୍ରକାଶ ପାଇଛି ।

ଯେଉଁ ପ୍ରଥମ ଶ୍ରେଣୀ କ୍ରିକେଟରମାନେ ମାସକୁ ୧୫,୦୦୦ ଟଙ୍କା ପାଉଥିଲେ ସେମାନେ ଏବେ ୩୦,୦୦୦ ପାଇବେ। ସେହିପରି ୩୭,୫୦୦ ଟଙ୍କା ପାଉଥିବା ପୂର୍ବତନ ଟେଷ୍ଟ ଖେଳାଳିମାନେ ଏଣିକି ୬୦,୦୦୦ ଏବଂ ୫୦,୦୦୦ ଟଙ୍କା ପାଉଥିବା ଖେଳାଳି ୭୦,୦୦୦ ପାଇବେ। ମହିଳା ଅନ୍ତର୍ଜାତୀୟ ଖେଳାଳିମାନେ ପୂର୍ବରୁ ୩୦,୦୦୦ ଟଙ୍କା ପାଉଥିବା ବେଳେ ଏବେ ତାକୁ ୫୨,୫୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

୨୦୦୩ ପୂର୍ବରୁ ଅବସର ନେଇଥିବା ପ୍ରଥମ ଶ୍ରେଣୀ କ୍ରିକେଟରମାନେ ମାସକୁ ୨୨,୫୦୦ ଟଙ୍କା ପାଉଥିଲେ। ଏବେ ତାହା ୪୫,୦୦୦ ଟଙ୍କା ହୋଇଛି। ”ପୂର୍ବତନ କ୍ରିକେଟରଙ୍କ ଯନତ୍ ନେବା ଏବଂ ସେମାନଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ କରିବା ଗୁରୁତ୍ୱପୂର୍ଣ୍ଣ ଥିଲା। ଅମ୍ପାୟରମାନେ ହେଉଛନ୍ତି ଅନ୍‌ସଙ୍ଗ ହିରୋ। ବିସିସିଆଇ ସେମାନଙ୍କ ଅବଦାନର ମୂଲ୍ୟ ନିଶ୍ଚିତ ଦେବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପ୍ରକାଶ କରିଛନ୍ତି ।

Related Posts